ଇସ୍ରାଏଲ ବିରୋଧରେ ଏକାଠି ହେଲେ ୫୭ ଇସଲାମିକ ରାଷ୍ଟ୍ର

ରିୟାଦ୍ଦ,୮।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଯୁଦ୍ଧରେ ଏକାଠି ହୋଇଛନ୍ତି ଅନେକ ଇସଲାମିକ ରାଷ୍ଟ୍ର। ଏପର୍ଯ୍ୟନ୍ତ ଚୁପଥିବା ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି)ରେ ସାମିଲ ୫୭ଟି ଦେଶର ବୈଠକ ଡକାଇଛି। ବୈଠକରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି ମଧ୍ୟ ସାମିଲ ହୋଇଛନ୍ତି।
ସାଉଦି ଆରବ ପକ୍ଷରୁ ଆୟୋଜିତ ଆଉ ଏକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହେବ। ଏହି ବୈଠକରେ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଚର୍ଚ୍ଚା ହେବ।

Share