ସାଉଦି ଆରବ କାମ କରିବାକୁ ଯାଉଥିବା ଲୋକଙ୍କ ପାଇଁ ବଦଳାଇଲା ନିୟମ, ଭିସା ଲାଗି ସର୍ତ୍ତ…

ରିଆଦ,୨୮।୧୧ : ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନ ପାଇଁ ସାଉଦି ଆରବ ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ କହିଛି ନୂତନ ନିୟମ ଅନୁଯାୟୀ ୨୪ ବର୍ଷରୁ କମ ଅବିବାହିତ ନାଗରିକ ବିଦେଶୀ ଶ୍ରମିକଙ୍କ ପାଇଁ ଭିସା ଦେଇପାରିବେ ନାହିଁ ଏବଂ ଘରୋଇ କାମ ପାଇଁ କାହାକୁ ନିଯୁକ୍ତି ଦେଇ ପାରିବେ ନାହିଁ। ଏହି ନିୟମ ଘରୋଇ କାମ ପାଇଁ ଯାଉଥିବା ଭାରତୀୟ ଶ୍ରମିକମାନଙ୍କୁ ମଧ୍ୟ ପ୍ରଭାବିତ କରିବ କାରଣ ଭାରତରୁ ବହୁ ସଂଖ୍ୟକ ଶ୍ରମିକ ସାଉଦି ଆରବକୁ ଯାଇଥାନ୍ତି ।

ଘରୋଇ ଶ୍ରମିକ ଏବଂ ସେମାନଙ୍କ ସହକର୍ମୀ ନିଯୁକ୍ତି ପାଇଁ ଭିସା ପ୍ରଦାନ କରିବାର ନିୟମ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ । ଏଥିମଧ୍ୟରେ ସାଉଦି, ଗଲ୍ଫ ସହଯୋଗ ପରିଷଦର ନାଗରିକ, ବିସ୍ଥାପିତ ଜନଜାତିର ସଦସ୍ୟ, ସ୍ତ୍ରୀ ଏବଂ ନାଗରିକଙ୍କ ମା ତଥା ପ୍ରିମିୟମ ରେସିଡେନ୍ସିଧାରୀ ରହିଛନ୍ତି। ଏହି ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଆର୍ଥିକ କ୍ଷମତା ଉପରେ ଆଧାର କରି ଘରୋଇ ଶ୍ରମିକ ଭିସା ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ ୨୪ ବର୍ଷରୁ କମ ଅବିବାହିତ ନାଗରିକଙ୍କ ପାଇଁ ଏହି ଅଧିକାରଗୁଡିକ ଅତ୍ୟନ୍ତ ସୀମିତ ହୋଇଯାଇଛି, ବିଶେଷ କରି ଘରୋଇ ସାହାଯ୍ୟ ପାଇଁ ସେମାନେ କାହାକୁ ଭିସା ଦେଇ ପାରିବେ ନାହିଁ। ସାଉଦିର ବିଭିନ୍ନ ବର୍ଗର ଘରୋଇ ଶ୍ରମିକମାନଙ୍କ ଡ୍ରାଇଭର, କ୍ଲିନର୍‌, ରୋଷେଇଆ, ସୁରକ୍ଷାକର୍ମୀ, ମାଳି, ଟେଲର୍‌, ନର୍ସ ଆଦି ରହିଛନ୍ତି।

ସାଉଦିରେ ଆର୍ଥିକ କ୍ଷମତା ନିୟମ ଅନୁଯାୟୀ ପ୍ରଥମ ଭିସା ଦିଆଯିବା ଲାଗି ଦରମା ନିଶ୍ଚିତକରିବା ଆବଶ୍ୟକ। ଭିସା ପ୍ରଦାନ ପାଇଁ ବ୍ୟାଙ୍କ ଡକ୍ୟୁମେଣ୍ଟର ବାଲାନ୍ସ ୪୦ ହଜାର ସାଉଦି ରିୟାଲ ରହିବା ଜରୁରୀ। ଦ୍ୱିତୀୟ ଭିସା ପ୍ରଦାନ କ୍ଷେତ୍ରରେ ସର୍ବନିମ୍ନ ଦରମା ୭ ହଜାର ରିୟାଲ ଅଟେ । ସାଉଦି ଗେଜେଟ ଅନୁଯାୟୀ, ତୃତୀୟ ଭିସା ପ୍ରଦାନ କରିବାକୁ ହେଲେ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବେତନ ୨୫ ହଜାର ରିୟାଲ ଏବଂ ୨ ଲକ୍ଷ ରିୟାଲ ରହିବା ଆବଶ୍ୟକ।

ସାଉଦି ମାନବ ସମ୍ବଳ ମନ୍ତ୍ରଣାଳୟ ମଧ୍ୟ ଭିସା ସମ୍ବନ୍ଧୀୟ ନିୟମାବଳୀ ବୁଝାଇବା ପାଇଁ ନିଯୁକ୍ତିଦାତାମାନଙ୍କ ପାଇଁ ମୁସାନେଡ ନାମକ ଏକ ପ୍ଲାଟଫର୍ମ ସୃଷ୍ଟି କରିଛି। ଏଠାରେ ନିଯୁକ୍ତିଦାତାଙ୍କ ଅଧିକାର, କର୍ତ୍ତବ୍ୟ ଏବଂ ଆନୁଷଙ୍ଗିକ କାର୍ଯ୍ୟ ବିଷୟରେ ସୂଚନା ଦିଆଯାଇଛି। ଏହି ପ୍ଲାଟଫର୍ମ ମାଧ୍ୟମରେ ଶ୍ରମିକମାନଙ୍କୁ ଭିସା ଦେବା ଏବଂ ଶ୍ରମିକମାନଙ୍କ ମଧ୍ୟରେ ଆଲୋଚନା କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଶ୍ରମ ଚୁକ୍ତିନାମା ଅନୁଯାୟୀ ବିବାଦର ସମାଧାନ ପାଇଁ ସୁବିଧା ମଧ୍ୟ ଏହି ପ୍ଲାଟଫର୍ମରେ ଉପଲବ୍ଧ ।

Share