ହମାସର ଆକ୍ରମଣରେ ମଧ୍ୟ ପୂର୍ବରେ ପ୍ରଭାବ, ନିକଟତର ହେଲେ ସାଉଦି ଆରବ, ଇରାନ

ଜେରୁଜେଲମ,୧୪।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଏବଂ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ମଧ୍ୟ ପୂର୍ବର ରାଜନୀତିରେ ପ୍ରମୁଖ ପ୍ରଭାବ ପକାଇଛି। ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଉଛି ଯେ, ଇସ୍ରାଏଲ ଏବଂ ସାଉଦି ଆରବ ମଧ୍ୟରେ ଐତିହାସିକ କଥାବାର୍ତ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହୋଇ ରହିଛି। ସାଉଦି ଆରବ ଏହାର ବୈଦେଶିକ ନୀତି ଉପରେ ପୁନବିର୍ଚାର କରୁଛି। ଇସ୍ରାଏଲ-ହମାସ ଆକ୍ରମଣ ହେତୁ ସାଉଦି ଆରବ ଏବଂ ଇରାନ ମଧ୍ୟରେ ଶୀର୍ଷ ସ୍ତରରେ ଆଲୋଚନା ଚାଲିଛି।

ସାଉଦି ଆରବ ଏବଂ ଇସ୍ରାଏଲ ମଧ୍ୟରେ କଥାବାର୍ତ୍ତାର ମଧ୍ୟସ୍ଥତା ଆମେରିକା ଦ୍ୱାରା କରାଯାଇଥିଲା। ଏହି ବାର୍ତ୍ତାଳାପ ମଧ୍ୟ ପୂର୍ବର ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ଦାବି କରାଯାଉଥିଲା। ଏଥିସହିତ ଏହି ବାର୍ତ୍ତାଳାପ ବଦଳରେ ସାଉଦି ଆରବର ଆମେରିକା ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଥାନ୍ତା। ତେବେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଏହି ବାର୍ତ୍ତାଳାପକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Share