ୱାର୍କିଂ ଭିଜା ପ୍ରଦାନ ନିୟମରେ ବଡ଼ ପରିବର୍ତ୍ତନ କଲା ସାଉଦି ଆରବ

ରିୟାଦ,୨୯।୧୧: ୱାର୍କିଂ ଭିଜାକୁ ନେଇ ସାଉଦି ଆରବ ଏକ ବଡ ପରିବର୍ତ୍ତନ କରିଛି। ଆସନ୍ତା ୨୦୨୪ରୁ ଏଠାରେ କାର୍ଯ୍ୟ କରୁଥିବା ବିଦେଶୀମାନଙ୍କ ପାଇଁ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଇଛି । ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ୨୦୨୪ରୁ ୨୪ ବର୍ଷରୁ କମ୍‌ ନାଗରିକ କୌଣସିି ଘରୋଇ ସହାୟତା ପାଇଁ କୌଣସି ବିଦେଶୀ ଶ୍ରମିକଙ୍କୁ ନିଯୁକ୍ତି ଦେଇ ପାରିବେ ନାହିଁ।

ଏହି ନୂତନ ନିୟମ ଅନୁଯାୟୀ, ସାଉଦି ନାଗରିକ, ସାଉଦି ପୁରୁଷଙ୍କ ବିଦେଶୀ ପତ୍ନୀ, ସେମାନଙ୍କ ମା ଏବଂ ସାଉଦି ପ୍ରିମିୟମ ଅନୁମତିଧାରୀମାନେ ବିଦେଶୀ ଘରୋଇ କର୍ମଚାରୀ ନିଯୁକ୍ତି ପାଇଁ ଭିଜା ପାଇଁ ଆବେଦନ କରିପାରିବେ। ଘରୋଇ ଶ୍ରମ ବଜାରକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିୟମ ଲାଗୁ କରାଯାଇଥିଲା। ମୁସନେଡ ପ୍ଲାଟଫର୍ମ ଏସ୍‌ଟିସି ପେ ଏବଂ ଉରପେ ଆପ ପରି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବେତନ ସ୍ଥାନାନ୍ତରଣକୁ ସହଜ କରିଥାଏ। କିନ୍ତୁ ନୂତନ ନିୟମ ଅଧିନରେ କରାଯାଇଥିବା ପରିବର୍ତ୍ତନ ଯୋଗୁ ଭାରତର ଶ୍ରମ ବଜାର ବହୁ କ୍ଷତି ସହିବ। ସାଉଦି ଆରବରେ ବହୁ ସଂଖ୍ୟକ ଯୁବକ ଏକାକୀ ରୁହନ୍ତି, କିନ୍ତୁ ନୂତନ ନିୟମ ଯୋଗୁ ସେମାନେ କୌଣସି ଶ୍ରମିକଙ୍କୁ ନିଯୁକ୍ତି ଦେଇ ପାରିବେ ନାହିଁ, ଏହାଦ୍ୱାରା ନିଯୁକ୍ତି ହ୍ରାସ ପାଇବ।

Share