ବାହାର ଲୋକଙ୍କୁ ହଜ୍‌ ମନା: ସାମିଲ ହେବେ ୬୦ ହଜାର ଲୋକ

ଦୁବାଇ,୧୨ା୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ମୁସଲମାନ ସମ୍ପ୍ରଦାୟର ପବିତ୍ର ହଜ୍‌ ତୀର୍ଥଯାତ୍ରାରେ ୬୦ ହଜାର ଲୋକ ସାମିଲ ହୋଇପାରିବେ। ଏନେଇ ସାଉଦି ଆରବ ସରକାର ଶନିବାର ଘୋଷଣା କରିଛନ୍ତି। ଏଥିରେ କେବଳ ସ୍ଥାନୀୟ ଲୋକ ଭାଗ ନେଇପାରିବେ। ହଜ୍‌ ଯାତ୍ରାରେ ବାହାର ଦେଶର ଲୋକଙ୍କ ଉପରେ ରୋକ୍‌ ଲଗାଯାଇଛି। ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଉଛି ଯେ, ଚଳିତ ବର୍ଷ ଜୁଲାଇରେ ହଜ୍‌ ଯାତ୍ରା ଆରମ୍ଭ ହେବ। ଏଥିରେ ୧୮ରୁ ୬୫ ବର୍ଷ ବୟସ ବର୍ଗର ଲୋକେ ସାମିଲ ହୋଇପାରିବେ। ଯାତ୍ରା ସାମିଲ ହେବାକୁ ଥିବା ଲୋକଙ୍କୁ କରୋନା ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି। ଗତ ବର୍ଷ ମଧ୍ୟ କଟକଣା ମଧ୍ୟରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ବାଭାବିକ ସ୍ଥିତିରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକେ ଏହି ଧାର୍ମିକ ଯାତ୍ରାରେ ସାମିଲ ହୋଇଥାନ୍ତି।

Share