ଚାଇନାଠାରୁ ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବ ସୌଦି: ଆମେରିକାର ବଢ଼ିଲା ଚିନ୍ତା…

ବେଜିଂ,୭।୫ : ମଧ୍ୟ ପୂର୍ବର ସବୁଠାରୁ ଧନୀ ଦେଶ ସୌଦି ଆରବ ନିଜ ବନ୍ଧୁ ଚାଇନା ଠାରୁ ୧୨ ଟାଇପ ୦୫୨-ଡି ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବାକୁ ଯୋଜନା କରୁଛି। ଗତ ମାସରେ, ଆବୁଧାବି ଅନ୍ତର୍ଜାତୀୟ ପ୍ରତିରକ୍ଷା ପ୍ରଦର୍ଶନୀରେ ଚାଇନା ଏହାର ଯୁଦ୍ଧ ଜାହାଜ ଟାଇପ ୦୫୨-ଡିଏଲର ପ୍ରଦର୍ଶନ କରିଥିଲା। କୁହାଯାଉଛି, ସୌଦି ଆରବ ସୈନ୍ୟ ବିଭାଗ ଚାଇନା ସହ ଆଲୋଚନା କରିସାରିଛି ଏବଂ ଭବିଷ୍ୟତରେ ଏହିପରି ୧୨ଟି ଜାହାଜ କିଣିବାର ଯୋଜନା ରହିଛି।

ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାର ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ଏହାକୁ ଚାଇନା-ସୌଦି ଆରବ ସମ୍ପର୍କର ଏକ ମାଇଲଖୁଣ୍ଟ ବୋଲି କହିଥିବାବେଳେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ଏହା ଉପରେ ନଜର ରଖିଛି ବୋଲି କହିଛି। ଚାଇନା ଏବଂ ସୌଦି ଆରବ ମଧ୍ୟରେ ଟାଇପ ୦୫୨-ଡି ଯୁଦ୍ଧପୋତର ଦାମେ ୬ ବିଲିୟନ ଡ଼ଲାରରୁ ଅଧିକ ହେବ। ଯଦି ସୌଦି ଆରବ ଏତେ ପରିମାଣରେ ଅସ୍ତ୍ରଶସ୍ତ୍ର କ୍ରୟ କରେ, ତେବେ ଏହା ଚାଇନାର ଅସ୍ତ୍ରଶସ୍ତ୍ର ବିକ୍ରିରେ ଏକ ନୂଆ ରେକର୍ଡ ହେବ ବୋଲି କୁହାଯାଉଛି।

Share