Categories: ଖେଳ

ବିଶ୍ୱର ସବୁଠାରୁ ଧନୀ ଟି-୨୦ ଲିଗ୍‌ ଆରମ୍ଭ କରିବ ସାଉଦିଆରବ

ବିଶ୍ୱର ସବୁଠାରୁ ଧନୀ ଟି-୨୦ ଲିଗ୍‌ ଆରମ୍ଭ କରିବାକୁ ସାଉଦିଆରବ। ଆଇପିଏଲ ମାଲିକ ଏବଂ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ ଇଣ୍ଡିଆ (ବିସିସିଆଇ)କୁ ଅଫର ଦେଇଛି। ଫୁଟବଲ ଏବଂ ଫର୍ମୂଲା-୧ ପରି ଅନ୍ୟ କ୍ରୀଡ଼ାରେ ଅଧିକ ବିନିଯୋଗ କରିବା ପରେ ସାଉଦିଆରବ ଏବେ କ୍ରିକେଟ ଉପରେ ନଜର ରଖିଛି।

ସମ୍ପ୍ରତି ବିସିସିଆଇ ଭାରତୀୟ ଖେଳାଳିଙ୍କୁ କୌଣସି ବିଦେଶୀ ଲିଗ୍‌ରେ ଭାଗ ନେବାକୁ ବାରଣ କରିଛି। ତେବେ ସାଉଦିଆରବ ସରକାରଙ୍କ ଏକ ନୂତନ ଟି -୨୦ ଲିଗ୍‌ ପ୍ରତିଷ୍ଠା ପ୍ରସ୍ତାବ ପରେ ବୋର୍ଡ ଏହି ନିୟମକୁ ପରିବର୍ତ୍ତନ କରିପାରେ।

ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ଏକ ବର୍ଷ ଧରି ଏହି ପ୍ରସଙ୍ଗରେ ଆଲୋଚନା ଚାଲିଛି। କିନ୍ତୁ ଏହି ପ୍ରସଙ୍ଗରେ କିଛି ନିଶ୍ଚିତ କରିବା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରୁ ଅନୁମତି ନେବାକୁ ପଡ଼ିବ। ନିକଟରେ ଆଇସିସି ସଭାପତି ଗ୍ରେଗ୍‌ ବାର୍କଲେ ସାଉଦି ଆରବର କ୍ରିକେଟ ପ୍ରତି ଆଗ୍ରହକୁ ନିଶ୍ଚିତ କରିଛନ୍ତି।

ବାର୍କଲେ କହିଛନ୍ତି, ଯଦି ଆପଣ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କ୍ରୀଡାକୁ ଦେଖନ୍ତି ତେବେ ମୁଁ ଭାବୁଛି କ୍ରିକେଟ ତାଙ୍କ ପାଇଁ ଆକର୍ଷିତ ହେବ। ସାଧାରଣତଃ ଖେଳର ଅଗ୍ରଗତିକୁ ବିଚାର କରି ସାଉଦିଆରବ ପାଇଁ କ୍ରିକେଟ ବହୁତ ଭଲ କାମ କରିବ। ସେ ଆହୁରି ମଧ୍ୟ କହିଛନ୍ତି, କ୍ରିକେଟରେ ବିନିଯୋଗ କରିବାକୁ ସେ ବହୁତ ଆଗ୍ରହୀ।
ଆମର ଉଦ୍ଦେଶ୍ୟ ହେଉଛି, ସାଉଦିଆରବକୁ ବିଶ୍ୱ କ୍ରିକେଟରେ ପରିଚିତ କରାଇବା।

Share