ସଉଦି ଆରବର କ୍ରାଉନ ପ୍ରିନ୍ସ ସଲମାନ ନେଲେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ

ରିୟାଦ,୨୬ ।୧୨: ସଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଶୁକ୍ରବାର କରୋନା ଭାଇରସ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି । ଦେଶର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ତୈଫିକ ଅଲ-ରବିୟା କ୍ରାଉନ ପ୍ରିନ୍ସଙ୍କ ମଧ୍ୟରେ ଭ୍ୟାକ୍ସିନକୁ ନେଇ ଥିବା ଉତ୍ସାହ ଓ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଅଲ-ଅରବିୟା ନ୍ୟୁଜର ସୂଚନା ଅନୁଯାୟୀ, ଭିଜନ ୨୦୩୦ ଢାଞ୍ଚାରେ, ପ୍ରତିରୋଧ ଅପେକ୍ଷା ଆରୋଗ୍ୟ ଭଲ, ପ୍ରତିଷେଧକ ବ୍ୟବସ୍ଥାକୁ ତୀବ୍ର କରିବା ଦେଶର ଜନତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା, ରେକର୍ଡ ସମୟରେ ସୁରକ୍ଷିତ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଞ୍ଜୁରୀ ପାଇଥିବା ଭ୍ୟାକ୍ସିନକୁ ନାଗିକଙ୍କ ପାଇଁ ଉପଲବ୍ଧ କରାଇବାକୁ ଦେଶ ପ୍ରୟାସ କରିଛି । ଫାଇଜର ଓ ବାୟୋଟେକ ଭ୍ୟାକ୍ସିନକୁ ପ୍ରୟୋଗ କରିବାକୁ ଚଳିତ ମାସରେ ଅନୁମତି ମିଳିଥିବା ବେଳେ କ୍ରାଉନ୍ ପ୍ରିନ୍ସ ଏହାର ପ୍ରଥମ ଡୋଜ ନେଇଛନ୍ତି ।

Share