ସୌଦି ଆରବ ସ୍କୁଲ ପିଲା ଶିଖିବେ ଯୋଗ…

ରିଆଦ୍‌, ୧୬।୩ : ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଯୋଗକୁ ସମଗ୍ର ବିଶ୍ୱରେ ବହୁତ ପସନ୍ଦ କରାଯାଇଥାଏ। ବର୍ତ୍ତମାନ ସୌଦି ଆରବ ମଧ୍ୟ ନିଜ ବିଦ୍ୟାଳୟରେ ଯୋଗକୁ ଏକ କ୍ରୀଡ଼ା ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଯାଉଛି। ସୌଦି ଯୋଗ କମିଟିର ଅଧ୍ୟକ୍ଷ ନୋଉଫ ଅଲ-ମାରୱାଇ କହିଛନ୍ତି ଯେ ଏହି ପାଠ୍ୟକ୍ରମ ୨୦୧୭ରେ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ହୋଇଛ।

ଶିକ୍ଷା ମନ୍ତ୍ରଣାଳୟର ସହଯୋଗରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ନୋଉଫ କହିଛନ୍ତି ଯେ ଏହି ପାଠ୍ୟକ୍ରମରେ ପିଲାମାନଙ୍କ ପାଇଁ ସ୍ବାସ୍ଥ୍ୟ ସୁବିଧା ମିଳିବ। କିଛି ଦିନ ତଳେ ଯୋଗର ଉପକାରିତା ବିଷୟରେ ସାଉଦି ସ୍କୁଲ ସ୍ପୋର୍ଟସ ଫେଡେରେଶନର ଏକ ବୈଠକ ମଧ୍ୟ ହୋଇଥିଲା। ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।

ଆରବ ନ୍ୟୁଜ ଅନୁଯାୟୀ, ସମସ୍ତ ବର୍ଗର ବିଦ୍ୟାଳୟର ଅଧିକାରୀମାନେ ସେମାନଙ୍କ ମତାମତ ଦେଇଛନ୍ତି। ଯୋଗ ପ୍ରଶିକ୍ଷକ ତଥା ଆନନ୍ଦ ଯୋଗ ଷ୍ଟୁଡିଓର ପ୍ରତିଷ୍ଠାତା ଖାଲିଦ ଜାମା ଅଲ ଜହରାନି କହିଛନ୍ତି ଯେ ବିଦ୍ୟାଳୟ ସବୁବେଳେ ପିଲାମାନଙ୍କର ବିକାଶର ଯତ୍ନ ନିଏ। ତେଣୁ ସେମାନଙ୍କର ସ୍ବାସ୍ଥ୍ୟର ବିକାଶ ପାଇଁ ସ୍କୁଲରେ ଯୋଗକୁ ସାମିଲ୍‌ କରାଯିବ।

Share