ପଳାୟନ କରୁଥିବା ଇଥୋପିଆ ନାଗରିକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରୁଛନ୍ତି ସାଉଦି ଆରବ ସୁରକ୍ଷାକର୍ମୀ…

ରିୟାଦ,୨୩।୮ : ସାଉଦି ଆରବ ସୀମାରେ ଇଥିଓପିଆରୁ ପଳାୟନ କରୁଥିବା ଶହ ଶହ ଲୋକଙ୍କୁ ହତ୍ୟା କରାଯାଉଛି। ହ୍ୟୁମାନ ରାଇଟ୍ସ ୱାଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲୋକମାନେ ୟେମେନ ଦେଇ ସାଉଦି ଆରବରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ସମୟରେ ସାଉଦି ସୀମାର ସୁରକ୍ଷାକର୍ମୀମାନେ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା ଆରମ୍ଭ କରି ଦେଇଛନ୍ତି। ହ୍ୟୁମାନ ରାଇଟ୍ସ ୱାଚ ଗବେଷକ ନାଦିଆ ହାର୍ଡ଼ମ୍ୟାନ ଏକ ବିବୃତ୍ତିରେ କହିଛନ୍ତି ସାଉଦି ଅଧିକାରୀମାନେ ଶହ ଶହ ପ୍ରବାସୀ ତଥା ଶରଣାର୍ଥୀଙ୍କୁ ହତ୍ୟା କରୁଛନ୍ତି।’

ହ୍ୟୁମାନ ରାଇଟ୍ସ ୱାଚ ରିପୋର୍ଟ ୩୮ ଇଥିଓପିଆ ନାଗରିକ ଏବଂ ଚାରି ଜଣ ସମ୍ପର୍କୀୟଙ୍କ ସହ ହୋଇଥିବା ସାକ୍ଷାତକାର ଉପରେ ଆଧାରିତ। ଯେଉଁମାନେ ମାର୍ଚ୍ଚ ୨୦୨୨ରୁ ଜୁନ ୨୦୨୩ ମଧ୍ୟରେ ୟେମେନରୁ ସାଉଦି ଆରବରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

Share