ବର୍ନାଡ ହକେଲ
ଆମେରିକା ଓ ସାଉଦି ସମ୍ପର୍କ ଏବେ ଆହୁରି ବିଗିଡ଼ିଯାଇଛି। ରୁଷିଆର ୟୁକ୍ରେନ୍ ଆକ୍ରମଣ ପରେ ରୁଷିଆ ଉପରେ ବହୁ ଆର୍ଥିକ କଟକଣା ଲଗାଯାଇଛି। ଏହା ସହ ରୁଷିଆ ଉପତ୍ାଦିତ ତୈଳ ଆମଦାନୀ ଉପରେ ଆମେରିକା କଟକଣା ଲଗାଇବା ପରେ ତୀବ୍ର ମୂଲ୍ୟବୃଦ୍ଧିକୁ ରୋକିବା ଲାଗି ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ତୈଳ ଉପତ୍ାଦନ ବୃଦ୍ଧି କରିବେ ବୋଲି ଆଶା କରୁଛି। ହେଲେ ସାଉଦି ଏବଂ ୟୁଏଇ ନେତାମାନେ ଆମେରିକା ରାଷ୍ଟ୍ରପତିଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ଲକ୍ଷ୍ୟକରି ବାଇଡେନ୍ ମଧ୍ୟ ବିକଳ୍ପ ଖୋଜୁଛନ୍ତି। ଆମେରିକାର ଏକ ପ୍ରତିନିଧିମଣ୍ଡଳୀ ଭେନେଜୁଆଲା ଯାଇଥିଲେ। ୨୦୧୯ରେ ଏହି ଦେଶ ସହ ଆମେରିକା କୂଟନୈତିକ ସମ୍ପର୍କ ସ୍ଥାପନ କରିଥିଲା। ସମ୍ଭବତଃ ଏହି ଦେଶ ଉପରେ ଲାଗୁ କରାଯାଇଥିବା ତୈଳ କଟକଣା ହଟାଇବା ଲାଗି ପ୍ରତିନିଧିମଣ୍ଡଳୀ ଆଲୋଚନା କରିବା ପାଇଁ ସେଠାକୁ ଯାଇଥିଲେ। ପ୍ରତିଦିନ ରୁଷୀୟ ଅଶୋଧିତ ତୈଳର ପାଖାପାଖି ୨.୫ ମିଲିୟନ ବ୍ୟାରେଲ ଅଭାବ ପଡ଼ିବ। ବାସ୍ତବରେ ଏହାକୁ ଭେନେଜୁଆଲା କିମ୍ବା ଇରାନ ଭରଣା କରିପାରିବେ ନାହିଁ। କାରଣ କଟକଣା ଯୋଗୁ ଉଭୟ ଦେଶରେ ଅଏଲ ଫିଲ୍ଡ ଏବଂ ଜାତୀୟ କମ୍ପାନୀଗୁଡ଼ିକ ହ୍ରାସ ପାଇଛି। ଏଣୁ ଅଧିକ ତୈଳ ଉପତ୍ାଦନ କରିବା ପୂର୍ବରୁ ଏଗୁଡ଼ିକୁ ପୁନର୍ଜୀବିତ କରିବାକୁ ପଡ଼ିବ ଏବଂ ଏଥିପାଇଁ ବହୁ ମାସ ଲାଗିଯିବ।
ଏବେ ଅର୍ଗାନାଇଜେଶନ ଅଫ୍ ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରିଜ(ଓପିଇସି)ର ନେତୃତ୍ୱ ନେଉଥିବା ସାଉଦି ଆରବ ଏବଂ ୟୁଏଇର ଅତ୍ୟଧିକ ଉପତ୍ାଦନ କରିବା କ୍ଷମତା ରହିଛି। ଉଭୟ ଦେଶ ହିଁ ସଙ୍କଟ ଦୂର କରି ତୈଳ ବଜାରରେ ସ୍ଥିରତା ଆଣିପାରିବେ। ସେମାନେ ବ୍ୟାରେଲ ପ୍ରତି ଦର ୧୫୦ ଡଲାରରେ ପହଞ୍ଚିବା କିମ୍ବା ଏହାକୁ ଟପିବାକୁ ଦେବେ ନାହିଁ। ତୈଳ ଉପତ୍ାଦନକୁ ନେଇ ବାଇଡେନ୍ ଏବେ କଠିନ ପରିସ୍ଥିତିରେ ପଡ଼ିଯାଇଛନ୍ତି। ବାଇଡେନ୍ ପ୍ରଶାସନ କେବେ ବି ସାଉଦି ନେତାମାନଙ୍କ ସହ ଭଲ ସମ୍ପର୍କ ରଖିନାହିଁ। ଗତବର୍ଷ ଏକ ଗୋଇନ୍ଦା ରିପୋର୍ଟ ପ୍ରକାଶ କରିବାକୁ ବାଇଡେନ୍ ନିର୍ଦ୍ଦେଶ ଦେଇଥିଲେ, ଯାହା ଇସ୍ତାନବୁଲସ୍ଥିତ ସାଉଦିର ବାଣିଜ୍ୟ ଦୂତାବାସରେ ସାମ୍ବାଦିକ ଜମାଲ ଖାଶୋଗିଙ୍କ ହତ୍ୟା ମମଲାରେ ଏହାର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ (ଏମ୍ବିଏସ୍)ଙ୍କ ସମ୍ପୃକ୍ତିକୁ ସୂଚିତ କରିଥିଲା। ବାଇଡେନ୍ ସିଧାସଳଖ ଏମବିଏସ୍ଙ୍କୁ ଦୋଷାରୋପ କରି ନ ଥିଲେ ବି ରିପୋର୍ଟ ପ୍ରକାଶ କରିବା ନିଷ୍ପତ୍ତିକୁ ନେଇ ତାଙ୍କୁ ଆମେରିକାରେ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ସାଉଦି ଆରବକୁ ନିକୃଷ୍ଟ ଓ ସାମାଜିକ ମୂଲ୍ୟବୋଧକୁ ସୁରକ୍ଷା ଦେଇପାରୁନଥିବା ଦେଶ ଭାବେ ବର୍ଣ୍ଣନା କରିଥିଲେ ଓ ଏହାକୁ ସାଉଦି ଲୋକମାନେ ଗ୍ରହଣ କରିି ନ ଥିତ୍ଲେ। ସାଉଦି ଆରବର ମାନବ ଅଧିକାର ରେକର୍ଡକୁ ସମାଲୋଚନା କରି ଆମେରିକା ଏମ୍ବିଏସଙ୍କ ସଫଳତା ଉପରେ ପ୍ରଶ୍ନ ଉଠାଇ ତା’ ସାର୍ବଭୌମତ୍ୱକୁ ଉପେକ୍ଷା କରିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ସାଉଦି ଆରବ ତୈଳ ଉପତ୍ାଦନ ବୃଦ୍ଧି କରିବା ପାଇଁ ଆମେରିକାର ଅନୁରୋଧ ଗ୍ରହଣ କରିବା ଲାଗି ନାରାଜ ହେବା କେବଳ ବାଇଡେନ୍ଙ୍କ ବିରୋଧୀ ଭାବକୁ ପ୍ରକାଶ କରୁନାହିଁ, ବରଂ ବାଇଡେନ ରାଷ୍ଟ୍ରପତି ହେବାର ବହୁ ପୂର୍ବରୁ ଦୁଇ ଦେଶର ସମ୍ପର୍କ ବିଗିଡ଼ିବାରେ ଲାଗିଛି। ବିଶେଷକରି ୧୧ ସେପ୍ଟେମ୍ବର ୨୦୦୧ ଉଗ୍ରବାଦୀ ଆକ୍ରମଣ ଏବଂ ଆମେରିକାର ଇରାକ ଉପରେ ବିଧ୍ୱଂସକାରୀ ଦମନ ପରେ ସମ୍ପକର୍ର୍ ଖରାପ ହେବା ଆରମ୍ଭ ହୋଇଥିଲା। ସାଉଦି ଆରବ ଏଭଳି ଆକ୍ରମଣକୁ ବିରୋଧ କରୁଥିବା ଯୋଗୁ ସମ୍ପର୍କ ବିଗିଡ଼ିଯାଇଥିଲା। ବାରାକ୍ ଓବାମା ରାଷ୍ଟ୍ରପତି ଥିବା ସମୟରେ ମଧ୍ୟ ସମ୍ପର୍କ ଖରାପ ହୋଇଥିଲା। ଓବାମା ପ୍ରଶାସନର ଏସିଆ କୈନ୍ଦ୍ରିିକ ମନୋଭାବ ଯୋଗୁ ଆମେରିକାର ମଧ୍ୟ ପ୍ରାଚ୍ୟ ମେଣ୍ଟ ରାଷ୍ଟ୍ରଗୁଡ଼ିକ ପ୍ରତି ଅଣଦେଖା କରାଯାଉଥିବା ସେମାନେ ଅନୁଭବ କରିଥିଲେ। ୨୦୧୫ରେ ଇରାନ ସହ ଆମେରିକାର ଆଣବିକ ଚୁକ୍ତି ପରେ ଆମେରିକା ସେମାନଙ୍କର ଦୀର୍ଘମିଆଦୀ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରୁଛି ବୋଲି ସାଉଦି ଅନୁଭବ କରିଥିଲା।
ଓବାମାଙ୍କ ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ସେ ଏମ୍ବିଏସ୍ଙ୍କ ସହ ବ୍ୟକ୍ତିିଗତ ସମ୍ପର୍କ ବଜାୟ ରଖିଥିଲେ ବି ତାଙ୍କ ନେତୃତ୍ୱରେ ଦ୍ୱିପାକ୍ଷିକ ସମ୍ପର୍କ ଲଗାତର ନିମ୍ନଗାମୀ ହେବାରେ ଲାଗିଲା। ୨୦୧୯ରେ ଇରାନ ସାଉଦି ଆରବର ଅଏଲ ରିଫାଇନାରିଗୁଡ଼ିକ ଉପରେ ଆକ୍ରମଣ କରିବା ପରେ ଆମେରିକା ସଉଦିକୁ ସୁରକ୍ଷା ଦେଇପାରି ନ ଥିଲା। ଏହାଯୋଗୁ ସାଉଦିର ୫୦% ତୈଳ ଉପତ୍ାଦନ ସାମୟିକ ବନ୍ଦ ହୋଇଯାଇଥିଲେ ମଧ୍ୟ ଇରାନ ବିରୋଧରେ ଆମେରିକା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଅନ୍ୟପକ୍ଷରେ ସାଉଦି ସାମରିକ ଶକ୍ତିକୁ ନେଇ ଟ୍ରମ୍ପ୍ ଲଗାତର ସମାଲୋଚନା କିଲେ। ଟ୍ରମ୍ପଙ୍କ ସମ୍ପୂର୍ଣ୍ଣ ଶାସନ କାଳରେ ସାଉଦି ଆରବ ଆମେରିକାଠାରୁ ଦୂରେଇ ଯାଇ ରୁଷିଆ ସହ ସମ୍ପର୍କ ମଜଭୁତ କରିଛି। ଏହି ଧାରା ୨୦୧୬ର ଶେଷ ଆଡକୁ ଅର୍ଥାତ୍ ଟ୍ରମ୍ପ୍ଙ୍କ ଦ୍ୱାରା ଓପିଇସି ଓ ରୁଷିଆ ସହ ତୈଳ ଉପତ୍ାଦନ କମ୍ କରିବା ଲାଗି ଏକ ଚୁକ୍ତି କରିବାର ଠିକ୍ ପୂର୍ବରୁ ଆରମ୍ଭ ହୋଇଥିଲା। ପରେ ଓପିଇସି ସହ ଅନ୍ୟ ପ୍ରମୁଖ ଅଣ ଓପିଇସି ଦେଶଗୁଡ଼ିକର(ଓପିଇସି ପ୍ଲସ୍) ଚୁକ୍ତିକୁ ଆଧାର କରି ସଉଦି ଏବଂ ରୁଷିଆ ତୈଳ ଉପତ୍ାଦନ କୋଟା ତିନି ବର୍ଷ ପାଇଁ ପାରସ୍ପରିକ ସହଯୋଗରେ ଚାଲୁ ରଖିଲେ। କିନ୍ତୁ ୨୦୨୦ରେ କୋଭିଡ୍-୧୯ ମହାମାରୀରେ ବିଶ୍ୱରେ ତୈଳ ଚାହିଦା ମାନ୍ଦା ହେବା ଯୋଗୁ ଓପିଇସି ପ୍ଲସ୍ ଉପତ୍ାଦନ କମ୍ କରିବା ପାଇଁ ଦାବି କଲେ ବି ରୁଷିଆ ମନା କରିଦେଲା। ଏଣୁ ସାଉଦି ଆରବ ଅଧିକ ଉପତ୍ାଦନ କରି ମାର୍କେଟକୁ ଛାଡିଲା ଏବଂ ଶେଷରେ ରୁଷିଆକୁ ଚୁକ୍ତିରୁ ପଛକୁ ହଟିବା ଲାଗି ବାଧ୍ୟ କଲା। ତୈଳ ଉପତ୍ାଦନ ଲକ୍ଷ୍ୟ ହାସଲ କରିବାର ସହଯୋଗ ବାଦ୍ ସାଉଦି ଓ ରୁଷିଆ ମଧ୍ୟରେ ଏବେ ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ସମ୍ପର୍କ ଅପରିହାର୍ଯ୍ୟ ହୋଇଯାଇଛି। ସାଉଦି ଆରବ ଦୃଷ୍ଟିକୋଣରୁ ରୁଷିଆର ଅସ୍ତ୍ରଶସ୍ତ୍ର ଯୋଗାଣରେ ଅଧିକ କ୍ଷମତା ରହିଛି। କେବଳ ଏତିକି ନୁହେଁ ଇରାନ ଉପରେ ଚାପ ପକାଇବାରେ ଏହା ଏକ ପ୍ରମୁଖ ରାଷ୍ଟ୍ର ବୋଲି ସାଉଦି ଅନୁଭବ କରୁଛି।
ଆମେରିକା ସହ ସମ୍ପର୍କ ନଷ୍ଟ ହେବା ଦ୍ୱାରା ସଉଦି ଯେଉଁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବ, ସେଥିରୁ ଉଦ୍ଧାର କରିବାରେ ରୁଷିଆ ଏକ ମାତ୍ର ରାଷ୍ଟ୍ର ନୁହେଁ। ଫ୍ରାନ୍ସ ଏବଂ ଇଂଲଣ୍ଡ ସହ ଏହାର ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି। ସାଉଦି ମଧ୍ୟ ତା’ ଦେଶରେ ଅସ୍ତ୍ରଶସ୍ତ୍ର ଉପତ୍ାଦନ କରିବା ଲାଗି ଚାଇନା ଓ ଅନ୍ୟ ଦେଶଗୁଡ଼ିକ ସହ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛି। ଏହି ସମୟରେ ସାଉଦି ଆରବ ଏବଂ ୟୁଏଇକୁ ଆମେରିକା ମିଲିଟାରି ହାର୍ଡଓ୍ବେର ବିକ୍ରି କରିବାରେ ବାଧା ସୃଷ୍ଟି କରିଛି। ୟେମେନରେ ଗୁଇନ୍ଦା ଓ ନୀତିଗତ ସମର୍ଥନ ଦେବା ଲାଗି ଆମେରିକା ମନା କରିଦେଇଥିବାବେଳେ ସାଉଦି ଏବଂ ଏହାର ମିତ୍ର ଦେଶଗୁଡ଼ିକ ୟେମେନକୁ ନିୟନ୍ତ୍ରଣକୁ ନେବାକୁ ଚାହଁୁଥିବା ଇରାନ ସମର୍ଥିତ ହାଉଥିଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ୟେମେନକୁ ନିୟନ୍ତ୍ରଣକୁ ନେଲେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଏହାର କି ପ୍ରଭାବ ପଡ଼ିବ ତାହାକୁ ବାଇଡେନ ପ୍ରଶାସନ ବିଚାର କରୁନାହିଁ। ହାଉଥିର ରଣନୀତିକ ବିପଦକୁ ବି ଗମ୍ଭୀରତାର ସହ ନେଉନାହଁି।
ସାଉଦି ଅଧିତ୍କ ତୈଳ ଉପତ୍ାଦନ କରୁଛି କେବଳ ନିଜ ଲାଭ ପାଇଁ। ରୁଷିଆକୁ ସମର୍ଥନ ନ କରି ଆମେରିକା ପଟକୁ ଚାଲିଯାଇ ସାଉଦି ନେତାମାନେ ବିପଦକୁ ଆମନ୍ତ୍ରଣ କରି ଆର୍ଥିକ ଭବିଷ୍ୟତକୁ ବିପଦକୁ ଠେଲି ଦେବାକୁ ଚାହଁୁ ନାହାନ୍ତି। ସଉଦି ନେତାମାନେ ୧୯୭୦ ଦଶକର ଶିକ୍ଷାକୁ ଭଲ ଭାବେ ଆମତ୍ସମୀକ୍ଷା କରିଛନ୍ତି, ଯେଉଁ ସମୟରେ ଅତ୍ୟଧିକ ତୈଳ ମୂଲ୍ୟ ଯୋଗୁ ଚାହିଦା କମିଯାଇଥିତ୍ଲା। ଶେଷ କଥା ହେଉଛି, ସାଉଦି ନେତାମାନେ ତୈଳ ଇନ୍ଧନ ଶକ୍ତି ବଦଳରେ ଅକ୍ଷୟ ଶକ୍ତି ଗ୍ରହଣ କରିବାକୁ ଆମେରିକା ଏବଂ ଏହାର ମେଣ୍ଟ ଦେଶଗୁଡ଼ିକୁ ପ୍ରେରିତ କରିପାରନ୍ତି। ପ୍ରଶ୍ନ ହେଉଛି କେଉଁ ମୂଲ୍ୟରେ ସେମାନେ ଏଭଳି କରିବାକୁ ପ୍ରେରିତ ହେବେ।
ପ୍ରାଧ୍ୟାପକ, ନିୟର୍ ଇଷ୍ଟର୍ନ ଷ୍ଟଡିଜ୍;
ନିର୍ଦ୍ଦେଶକ, ଇନ୍ଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସରିଜିଓନାଲ ଷ୍ଟଡି ଅଫ୍ କଣ୍ଟେମ୍ପରାରି ମିଡିଲ ଇଷ୍ଟ