ଓ୍ବାଶିଂଟନ,୨୩ା୧୦: ହମାସ୍-ଇସ୍ରାଏଲ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଗାଜା ଉପରେ ହେଉଥିବା ଆକ୍ରମଣକୁ ନେଇ ସାଉଦି ଆରବର ପ୍ରିନ୍ସ ତୁର୍କି ଅଲ୍ ଫୈଜଲ ଉଭୟ ହମାସ୍ ଓ ଇସ୍ରାଏଲକୁ ଦାୟୀ କରିଛନ୍ତି। ଉଭୟ ପକ୍ଷକୁ ସମାଲୋଚନା କରିବା ସହିତ ସେ କହିଛନ୍ତି, ଏହି ଯୁଦ୍ଧରେ କେହି ନାୟକ ନାହାନ୍ତି, କେବଳ ପୀଡ଼ିତମାନେ ଅଛନ୍ତି। ଆମେରିକାର ଏକ ବିଶ୍ବବିଦ୍ୟାଳୟରେ ଭାଷଣ ଦେବା ବେଳେ ସେ ଭାରତର ସ୍ବାଧୀନତା ଆନ୍ଦୋଳନକୁ ଉଦାହରଣ ଭାବେ ନେଇଥିଲେ। ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସେ କହିଛନ୍ତି, ଅନ୍ୟ ବିକଳ୍ପ ଭାବରେ ବେସାମରିକ ବିଦ୍ରୋହ ଏବଂ ଆଇନ ଅମାନ୍ୟ ହିଁ ଉଚିତ୍ ପନ୍ଥା। ଏହି ପନ୍ଥାରେ ହିଁ ଭାରତ ବ୍ରିଟିଶ ସାମ୍ରାଜ୍ୟର ପତ୍ତନ ଘଟାଇଥିଲା। ଏଥିସହିତ ନିରୀହ ଶିଶୁ, ମହିଳା, ବୟସ୍କଙ୍କୁ ହତ୍ୟା କରିବା ଏବଂ ଉପାସନାସ୍ଥଳୀଗୁଡ଼ିକୁ ଅପବିତ୍ର କରିବା ଉପରେ ଇସ୍ଲାମ୍ ଧର୍ମରେ ବାରଣ ରହିଛି। ଏହା ସତ୍ତ୍ୱେ ଏପରି ଘଟଣା ନିନ୍ଦନୀୟ।