ଓ୍ବାଶିଂଟନ,୧୭।୧୦: ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଆଜିକାଲି ଆରବ ଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଅପମାନିତ କରିଥିବା ଖବର ଆସିଛି।
ସାଉଦି ଆରବରେ ପହଞ୍ଚିଥିବା ଆଣ୍ଟୋନି ବ୍ଲିଙ୍କେନଙ୍କୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବୈଠକ ପାଇଁ ଅନେକ ଘଣ୍ଟା ଅପେକ୍ଷା କରାଇଥିଲେ। କେବଳ ଏତିକି ନୁହେଁ, ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ମହମ୍ମଦ ବିଲ ସଲମାନ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟି ନ ଥିଲେ ଏବଂ ପରଦିନ ଉଭୟ ନେତାଙ୍କ ସାକ୍ଷାତ ହୋଇଥିଲା।