Categories: ଖେଳ

ସୌମ୍ୟ ଜିତିଲେ ୭୯ତମ ଟାଇଟଲ

ଭୁବନେଶ୍ୱର, ୧୭।୧୦(ତପନ ସ୍ବାଇଁ): କିଟ୍‌ ବିଶ୍ୱବିଦ୍ୟାଳୟର ବିଶ୍ୱନାଥନ ଆନନ୍ଦ ଚେସ୍‌ ହଲ୍‌ରେ ଖୋର୍ଦ୍ଧା ଜିଲା ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଫିଡେମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର ପୂରା ୭ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ସୌମ୍ୟଙ୍କ କ୍ୟାରିୟରର ଏହା ୭୯ତମ ଟାଇଟଲ। ରାଜେନ୍ଦ୍ର କୁମାର ସାହୁ ୬ ପଏଣ୍ଟ ସହିତ ରନରଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାଜନ କୁମାର ନାୟକ, କୌସ୍ତୁଭ ଦାଶ, ପୁର୍ଣ୍ଣ ଖିଲୋ, ଆରିନ ଅନ୍ବେଷ ସ୍ବାଇଁ, ୟଶିତା ରାଉତ, ତନ୍ମୟ ତଲିନ ବେହେରା, ଆଶୁତୋଷ ବରାଳ ଓ ବାବୁଲା ଭୋଇ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ମୁଖ୍ୟ ପୁରସ୍କାରରେ ୧୫ ଜଣଙ୍କ ବ୍ୟତୀତ ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ପୋଲିସ ଏଡିଜି (ଅପରେଶନ) ସୁରେଶ ଦେବ ଦତ୍ତ ସିଂ ମୁଖ୍ୟ ଅତିଥି ଏବଂ ନାଲ୍‌କୋ ନିର୍ଦ୍ଦେଶକ (ଫାଇନାନ୍ସ) ରମେଶ ଚନ୍ଦ୍ର ଜୋଶୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ମାଷ୍ଟର ସ୍ବୟଂଶୁ ସତ୍ୟପ୍ରଜ୍ଞ, ସର୍ବଭାରତୀୟ ଚେସ୍‌ ଫେଡେରେଶନ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ସଭାପତି ଶକ୍ତି ରଞ୍ଜନ ମହାନ୍ତି, ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସରୋଜ କିଶୋର ବେହେରା, ଏସ୍‌ଆର୍‌ ଚେସ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୁରେଶ ଚନ୍ଦ୍ର ସାହୁ ମୁଖ୍ୟ ଆର୍ବିଟର ଏବଂ ଭବେଶ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ପିଙ୍କି ମହାପାତ୍ର ପ୍ରମୁଖ ସହଯୋଗୀ ଆର୍ବିଟରଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Share