Posted inଜାତୀୟ

ଗଣତନ୍ତ୍ରକୁ ପରିହାସ ନ କରୁ କେନ୍ଦ୍ର

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ ହେବା ପୂର୍ବରୁ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଅଟକାଇଦେଇଥିଲେ। ଯାହାକୁ ନେଇ ଏବେ ଜାତୀୟ ରାଜଧାନୀରେ ରାଜନୈତିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହାପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ୱାଜ ଦିଲ୍ଲୀର ଉପରାଜ୍ୟପାଳ ଓ ମୁଖ୍ୟ ସଚିବଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରି ବଜେଟ ବନ୍ଦ କରିଥିବା ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ସରକାରରେ ଥିବା ମନ୍ତ୍ରୀ ସୌରଭ ଭରଦ୍ୱାଜ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବାକୁ ପ୍ରସ୍ତୁତ ଅଛନ୍ତି। ବଜେଟ ପ୍ରସ୍ତୁତ, କିନ୍ତୁ କେନ୍ଦ୍ର ସରକାର ଏହାକୁ ଅଟକାଇ ଦେଇଛନ୍ତି। ଏକ ଛୋଟ ରାଜ୍ୟର ବଜେଟକୁ କେନ୍ଦ୍ର ସରକାର ଅବରୋଧ କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଦିଲ୍ଲୀର ଦୁଇ କୋଟି ଲୋକଙ୍କ ପାଇଁ ଏହା ଅପମାନ। ବଜେଟକୁ ବନ୍ଦ କରିବା ଦେଶଦ୍ରୋହ ଭଳି ଅପରାଧ ବୋଲି ସୌରଭ କହିଛନ୍ତି। ଏହି ଅପରାଧ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା କରାଯାଇଛି। କେନ୍ଦ୍ର ସରକାର କାହିଁକି ଦିଲ୍ଲୀର ୨କୋଟି ଲୋକଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ଏହି ଷଡ଼ଯନ୍ତ୍ରରେ ଉପରାଜ୍ୟପାଳ ଏବଂ କେନ୍ଦ୍ର ସରକାର କାହିଁକି ଚୁପ ବସିଛନ୍ତି ବୋଲି ଏଏପିର ବରିଷ୍ଠ ନେତା ସୌରଭ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Myanmar Earthquake: ମ୍ୟାନମାରେ ଆସିଥିବା ଭୂକମ୍ପକୁ ନେଇ ଆସିଲା ଚମକାଇବା ଭଳି ଖବର

ନାପିଦାଉ,୨୧।୪: ୨୮ ମାର୍ଚ୍ଚରେ ମ୍ୟାନମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଥିଲେ। ଏହା ଏକ ଅସାଧାରଣ...

ରେଲଓ୍ବେ ଷ୍ଟେଶନ ଡଷ୍ଟବିନରୁ ଉଦ୍ଧାର ହୋଇଥିବା ଝିଅ ଆଜି କଲେକ୍ଟରଙ୍କ ସହ ବସି ଲେଖିବେ ଅର୍ଡର, MPSC ପରୀକ୍ଷାରେ…

ଅମରାବତୀ: ଭାଗ୍ୟ କେବେ ଧନ ଉପରେ ନିର୍ଭର କରେ ନାହିଁ। ଭଗବାନ କାହାର ଭାଗ୍ୟରେ କ’ଣ ଲେଖିଛନ୍ତି ତାହା କେହି ଜାଣନ୍ତି ନାହିଁ। ପ୍ରାୟ ଅଢ଼େଇ...

ଧୂମପାନ କରୁଥିଲେ ସାବଧାନ! ଗ୍ରାସ କରୁଛି ଏକ ବିରଳ ରୋଗ, ସତର୍କ କରାଇଲା WHO

ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କେବଳ ଫୁସ୍‌ଫୁସ୍‌ ଏବଂ ପାଟିର କ୍ଷତି କରେ ନାହିଁ, ଏହା କ୍ୟାନ୍‌ସର ବା କର୍କଟ ଭଳି ଭୟଙ୍କର ରୋଗର...

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, Encounterରେ ୬ ନକ୍ସଲ ନିପାତ

ଲାଲପନିଆ(ବୋକାରୋ),୨୧।୪: ବୋକାରୋ ଜିଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲ, ପୋଲିସ ଏବଂ ସିଆରପିଏଫ ଟିମ୍‌ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି Encounterରେ ୬ ଜଣ...

ଫେରିଲା ତାତି: ପୁଣି ପାରଦ ଉପରମୁହାଁ

ଭୁବନେଶ୍ୱର,୨୧ା୪(ଅନୁରାଧା ମହାରଣା): କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି...

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

Mohan Bhagwat:‘ଗୋଟିଏ ମନ୍ଦିର, ଗୋଟିଏ କୂଅ, ଗୋଟିଏ ଶ୍ମଶାନ’, ହିନ୍ଦୁ ଏକତାକୁ ନେଇ ଭାଗବତଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ,୨୧।୪: ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ହିଂସାର ଭୟଙ୍କର ଦୃଶ୍ୟ ଦେଖିବା ପରେ, ଅନେକ ଲୋକ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଉଛନ୍ତି। ଆରଏସଏସ ମୁଖ୍ୟ Mohan...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image