କୋଟିଆର ସୌରବ ଅଞ୍ଚଳ ପାଇଁ ଆଣିଲେ ଗୌରବ

ପଟ୍ଟାଙ୍ଗି,୧।୮(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ପାଇଁ ଗୌରବ ଆଣିଛନ୍ତି ସୌରଭ ଖିଲ। ସୋମବାର ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସୌରଭ ୩୪୬ ର଼୍ୟାଙ୍କରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଏ ନେଇ ଅଞ୍ଚଳରେ ଖୁସିର ମାହୋଲ ଦେଖା ଦେଇଛି। କୋଟିଆ ପଞ୍ଚାୟତର ଦେଓମାଳି ପର୍ବତ ତଳେ ରହିଥିବା ମାଥଲାମ୍ବା ଗ୍ରାମର ଯିଶୁଦାନ ଖିଲଙ୍କ ସାନ ପୁଅ ହେଉଛନ୍ତି ସୈରବ।

ସୌରଭଙ୍କ ବାପା ନାରାୟଣପାଟଣା ବ୍ଲକରେ ଇଜିଏସ୍‌ ଶିକ୍ଷକ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରି ବର୍ତ୍ତମାନ ଟାଉପଦର ଗ୍ରାମରେ ଶିକ୍ଷକତା କରୁଥିବା ବେଳେ ମା’ ସୁନାରି ଖିଲ ଶିମିଳିଗୁଡା ବ୍ଲକର ଡୋଲିଆମ୍ବ ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରି ବର୍ତ୍ତମାନ ପଟ୍ଟାଙ୍ଗି ବ୍ଲକର ଶିଶୁ ବିକାଶ ବିଭାଗରେ ସୁପ୍ରଭାଇଜର ରହିଥିବା ବେଳେ କୋଟିଆ ପଞ୍ଚାୟତ ଦାୟୀତ୍ୱରେ ରହିଛନ୍ତି। ପୁଅର କୃତିତ୍ୱକୁ ନେଇ ପରିବାର ଲୋକଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏପରି କି କୃତକାର୍ଯ୍ୟ ପରେ ସୌରଭଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନା ଯୋଗ୍ୟ, ସୌରଭ ଶିମିଳିଗୁଡାର ଡୋଲିଆମ୍ବ ଗ୍ରାମରେ ୧୯୯୬ ମେ ୬ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ କୋଟିଆ ପଞ୍ଚାୟତର ମାଥଲାମ୍ବା ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ। ଷଷ୍ଠରୁ ଯୁକ୍ତ +୨ ପର୍ଯ୍ୟନ୍ତ କୋରାପୁଟସ୍ଥିତ ନବଦୟୋ ବିଦ୍ୟାଳୟରେ ପଢି ଥିଲେ। ପରେ ଭୁବନେଶ୍ୱର ଓୟୁଏଟିରେ ଫରେଷ୍ଟ୍ରି ଡିଗ୍ରୀ ହାସଲ କରି ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜଣାପଡ଼ିଛି।

 

Share