Categories: ଖେଳ

ସୌରାଷ୍ଟ୍ର ରଣଜୀ ଚାମ୍ପିଅନ୍‌

କୋଲକାତା,୧୯।୨: ରଣଜୀ ଟ୍ରଫି ୨୦୨୩ର ଫାଇନାଲରେ ସୌରାଷ୍ଟ୍ର ବେଙ୍ଗଲକୁ ୯ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଗତ ତିନି ସିଜିନରେ ଦ୍ୱିତୀୟ ଥର ପାଇଁ ଏହି ଦଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚରେ ଜୟଦେବ ଉନାଦକତ୍‌ ଚମତ୍କାର ପ୍ରଦର୍ଶନ କରି ନିଜ ଦଳକୁ ଟାଇଟଲ ଜିତାଇଛନ୍ତି। ଫାଇନାଲ୍‌ ମ୍ୟାଚ୍‌ରେ ବେଙ୍ଗଲ ପ୍ରଥମ ଇନିଂସରେ ୧୭୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସୌରାଷ୍ଟ୍ର ୪୦୪ ରନ ସ୍କୋର କରିଥିଲେ। ଏଥି ସହିତ ବେଙ୍ଗଲ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୪୧ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଫଲରେ ସୌରାଷ୍ଟ୍ରକୁ ୧୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏଭଳି ପରିସ୍ଥିତିରେ ସୌରାଷ୍ଟ୍ର ଦ୍ୱିତୀୟ ଇନିଂସରେ ଏକ ଉଇକେଟ ହରାଇ ଗୋଟିଏ ଉଇକେଟ ହରାଇ ମ୍ୟାଚ ଜିତାଇଥିଲେ।

Share