Categories: ଜାତୀୟ

ସଭରକର ଗୋମାଂସ ଖାଉଥିଲେ

ବେଙ୍ଗାଲୁରୁ,୪ା୧୦: ହିନ୍ଦୁ ଜାତୀୟତାବାଦୀ ରାଜନେତା ବିନାୟକ ଦାମୋଦର ସଭରକର ମାଂସ ଖାଉଥିଲେ। ସେ ଗୋହତ୍ୟାକୁ ବିରୋଧ କରୁ ନ ଥିଲେ ବୋଲି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଅଭିଯୋଗ କରିବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ବେଙ୍ଗାଲୁରୁରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଓ କହିଥିଲେ, ସଭରକର କେବଳ ମାଂସ ଖାଉ ନ ଥିଲେ, ସେ ଗୋମାଂସ ମଧ୍ୟ ଖାଉଥିଲେ ଏବଂ ସର୍ବସାଧାରଣରେ ଏହି ପ୍ରଥାର ପ୍ରସାର କରାଉଥିଲେ। ସଭରକର ବ୍ରାହ୍ମଣ ହୋଇଥିଲେ ମଧ୍ୟ ସେ ପାରମ୍ପରିକ ଖାଦ୍ୟପେୟ କଟକଣା ମାନୁ ନ ଥିଲେ। ସେ ଜଣେ ଆଧୁନିକବାଦୀ ଥିଲେ ବୋଲି ରାଓ କହିଛନ୍ତି।
କର୍ନାଟକ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଭାଜପା କଂଗ୍ରେସକୁ ନିନ୍ଦା କରିଛି। ମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ଭାଜପା ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ କହିଛନ୍ତି।

Share