Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କଲେ ସାବରକରଙ୍କ ନାତି

ନୂଆଦିଲ୍ଲୀ,୧୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ପୁଣି ବଢିଲା। ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାବରକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି ସାବରକରଙ୍କ ନାତି। ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ରାହୁଲ ସାବରକରଙ୍କୁ ଅପମାନିତ କରୁଥିବା ଅଭିଯୋଗ ନେଇ ମାମଲା ରୁଜୁ କରିଛନ୍ତି।

ସାବରକର ନାତି ସତ୍ୟକି ସାବରକର କହିଛନ୍ତି ଯେ ତାଙ୍କ ଓକିଲମାନେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ଅଭିଯୋଗ ସହ କୋର୍ଟରେ ପହଞ୍ଚିଥିଲେ। ହେଲେ କୋର୍ଟର ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ଶନିବାର ପୁନର୍ବାର ଆସିବାକୁ କହିଛନ୍ତି।

Share