ପକ୍ଷୀ ରକ୍ଷା

ବିଦେଶରୁ ପକ୍ଷୀମାନଙ୍କୁ ଆକର୍ଷିତ କରୁଥିବା ଭାରତର ହ୍ରଦ ତଥା ଆଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକା ଅନ୍ୟତମ। ଏହା ବିଶ୍ୱର ପକ୍ଷୀତୀର୍ଥ ଭାବେ ପରିଚିତ। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକାର ନଳବଣ ବିଶ୍ୱର ଦ୍ୱିତୀୟ ପକ୍ଷୀ ଅଭୟାରଣ୍ୟ। ଶୀତଋତୁ ପ୍ରାରମ୍ଭରେ ଚିଲିକାକୁ ରୁଷିଆ, ଆମେରିକା, ଇସ୍ରାଏଲ, ଜାପାନ, ଅଷ୍ଟ୍ରେଲିଆ, ଲିବିୟା, ସାଇବେରିଆ, ଚାଇନା, ମ୍ୟାନ୍‌ମାର ଆଦି ଦେଶ ତଥା କାସ୍ପିଆନ ସାଗରରୁ ପାଖାପାଖି ୧୭୦ ପ୍ରଜାତିର ପକ୍ଷୀ ଆସିଥାନ୍ତି ଓ ଗ୍ରୀଷ୍ମ ଆରମ୍ଭରେ ସେମାନଙ୍କ ନିଜ ବାସସ୍ଥାନକୁ ଫେରିଯାଆନ୍ତି। ଗତ ସିଜନରେ ଚିଲିକାରେ ମାଇଗ୍ରେଟୋରି ବା ବହିରାଗତ ପକ୍ଷୀଙ୍କ ସଂଖ୍ୟା ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଥିଲା ବୋଲି ସରକାରୀ ତଥ୍ୟରୁ ଜଣାପଡ଼େ। ଏହି ପକ୍ଷୀଙ୍କ ମଧ୍ୟରୁ କେତୋଟି ପ୍ରଜାତି ନିଜ ବାସସ୍ଥାନକୁ ନ ଫେରି ଚିଲିକା ଉପକୂଳବର୍ତ୍ତୀ କଣାସ, ଟାଙ୍ଗି ଓ ଚିଲିକା ବ୍ଲକର ବିଭିନ୍ନ ଗାଁରେ ରହିଯାଉଛନ୍ତି। ପକ୍ଷୀ ବିଶେଷଜ୍ଞଙ୍କ ଅନୁଯାୟୀ,ପକ୍ଷୀମାନେ ଆସୁଥିବା ଦେଶଗୁଡ଼ିକର ବିଭିନ୍ନ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଖାଦ୍ୟ ଓ ବାସସ୍ଥାନ ଅଭାବ ଯୋଗୁ ଅନେକ ପକ୍ଷୀ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ରହିବାକୁ ପସନ୍ଦ କରୁଛନ୍ତି। ବିଶେଷକରି ଏମାନେ ଏଠାରେ ବଂଶ ବୃଦ୍ଧି କରୁଥିବା ଦେଖିବାକୁ ମିଳେ। ତେବେ ଏହିସବୁ ପକ୍ଷୀ କେତେ ସଂଖ୍ୟାରେ ରହୁଛନ୍ତି ତାହାର ହିସାବ କେବେ ଜାଣିବାକୁ ମିଳେନାହିଁ କିମ୍ବା ସେମାନେ କେଉଁ ଦେଶର ଓ ବିଲୁପ୍ତ ଅବସ୍ଥାରେ ଅଛନ୍ତି କି ନାହିଁ ତାହା ମଧ୍ୟ ଜାଣିବା କଷ୍ଟକର। ଅପରପକ୍ଷରେ ଚିଲିକା ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ ରହିଯାଉଥିବା ପକ୍ଷୀଙ୍କୁ ଶିକାର କରାଯାଉଥିବା ପ୍ରକାଶିତ ଖବର ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଖବର ଅନୁଯାୟୀ, କଣାସ ବ୍ଲକର ଶେଷସୀମା ଦୟାନଦୀ ମୁହାଣଠାରୁ ମକରାନଦୀ ମୁହାଣ ଦେଇ ଭୁଷଣ୍ଡପୁର ପର୍ଯ୍ୟନ୍ତ ଚିଲିକା ଉପକୂଳ ଅଞ୍ଚଳର ଗାଁ ଯଥା ପାଇକମରା, ସାନଓରା, ବଡ଼ଓରା, ଓଗାଳପୁର, ଆଳିପଡ଼ା, ନୂଆଗାଁ ଆଦିରେ ଶିକାରୀମାନେ ଫାଶ ବସାଇ, କଇଁପୁଲ କେସରରେ ନିଶା ଓଷଧ ଦେଇ କିମ୍ବା ମାଛମରା ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଛନ୍ତି। ଶିକାରୀଙ୍କ ଏଭଳି କାର୍ଯ୍ୟ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରା ପକ୍ଷୀ ସୁରକ୍ଷାକୁ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଶୀତଦିନରେ ଚିଲିକାର ବିଭିନ୍ନ ଅଞ୍ଚଳରେ ପକ୍ଷୀଭିଡ଼ ଲାଗୁଥିବାବେଳେ ବନବିଭାଗ ଦ୍ୱାରା ସୁରକ୍ଷା ଟିମ୍‌ ଗଠନ କରାଯାଇ ତତ୍ପରତା ପ୍ରକାଶ କରାଯାଏ। ଚିଲିକା ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲାର ବିଭିନ୍ନ ଗାଁରେ ସୁରକ୍ଷା ଦଳ ଗଠନ କରାଯାଇ ଲୋକଙ୍କୁ ସଚେତନ କରାଯିବା ଦେଖିବାକୁ ମିଳେ। କିନ୍ତୁ ପକ୍ଷୀମାନେ ସ୍ବବାସସ୍ଥାନକୁ ଫେରିଯିବା ପରେ ଆଉ ଯେଉଁମାନେ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଯାଉଛନ୍ତି ସେମାନଙ୍କ ପାଇଁ ସୁରକ୍ଷା ପ୍ରତି ବନ ବିଭାଗର ନିଘା ରହୁ ନ ଥିବା ସ୍ପଷ୍ଟ ହେଉଛି। ଅନେକ ସମୟରେ ପକ୍ଷୀମାଂସ ଜବତ ହେବା ପକ୍ଷୀ ସୁରକ୍ଷାର ଦୁର୍ବଳ ଦିଗକୁ ସୂଚିତ କରେ।
ଏହା ସ୍ବୀକାରଯୋଗ୍ୟ ଯେ, ଶିକାରୀମାନେ ଜୈବବିବିଧତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଯେକୌଣସି ବାଟରେ ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦାଙ୍କ ଆଖିରେ ଧୂଳିଦେଇ ଏହିଭଳି ପକ୍ଷୀ ଶିକାର ଚାଲିଛି। କେବଳ ଚିଲିକାରେ ନୁହେଁ, ଭିତରକନିକା, ଅଂଶୁପା କିମ୍ବା ଶିମିଳିପାଳ ଅଞ୍ଚଳରେ ଏଭଳି ଅନୁରୂପ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖାଯାଉଛି। ଗାଁରେ ପକ୍ଷୀ ସୁରକ୍ଷା କିମିଟି ଗଠନ କରି ଏଥିରେ କେତେଜଣ ମୁଷ୍ଟିମେୟ ସ୍ଥାନୀୟ ଲୋକଙ୍କୁ ସାମିଲ କଲେ ମଧ୍ୟ ଶିକାରୀଙ୍କୁ ଆୟତ୍ତ କରିବା କଷ୍ଟକର। ସେଠାରେ ସ୍ଥାନୀୟ ଯୁବଗୋଷ୍ଠୀ ଓ ମହିଳାମାନଙ୍କୁ ଏହି ପକ୍ଷୀ ସୁରକ୍ଷା ଅଭିଯାନରେ ସାମିଲ କରି ଯଦି ନିୟମିତ ଆର୍ଥିକ ପ୍ରୋତ୍ସାହନ ଦିଆଯାଇପାରିବ, ତେବେ ଏହି ସମସ୍ୟାର ଦୀର୍ଘମିଆଦୀ ସମାଧାନ ଘଟିବାର ସମ୍ଭାବନା ଉପୁଜିପାରେ।

ଗାଁରେ ପକ୍ଷୀ ସୁରକ୍ଷା କିମିଟି ଗଠନ କରି ଏଥିରେ କେତେଜଣ ମୁଷ୍ଟିମେୟ ସ୍ଥାନୀୟ ଲୋକଙ୍କୁ ସାମିଲ କଲେ ମଧ୍ୟ ଶିକାରୀଙ୍କୁ ଆୟତ୍ତ କରିବା କଷ୍ଟକର। ସେଠାରେ ସ୍ଥାନୀୟ ଯୁବଗୋଷ୍ଠୀ ଓ ମହିଳାମାନଙ୍କୁ ଏହି ପକ୍ଷୀ ସୁରକ୍ଷା ଅଭିଯାନରେ ସାମିଲ କରି ଯଦି ନିୟମିତ ଆର୍ଥିକ ପ୍ରୋତ୍ସାହନ ଦିଆଯାଇପାରିବ, ତେବେ ଏହି ସମସ୍ୟାର ଦୀର୍ଘମିଆଦୀ ସମାଧାନ ଘଟିବାର ସମ୍ଭାବନା ଉପୁଜିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri