ଜାରଓ୍ବା ବଞ୍ଚାଅ

ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଆଣ୍ଡାମାନ ନିକୋବର ଦ୍ୱୀପମାଳ ଅନ୍ୟତମ। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ୧ ନଭେମ୍ବର ୧୯୫୬ରେ ଗଠନ କରାଯାଇଥିଲା। ୫୭୨ଟି ଦ୍ୱୀପକୁ ନେଇ ଗଠିତ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମାତ୍ର ୩୮ଟି ଦ୍ୱୀପରେ ଲୋକ ରହୁଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ଏହାର ଲୋକସଂଖ୍ୟା ଥିଲା ୩,୮୦, ୫୮୧। ସମଗ୍ର ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବବିବିଧତାରେ ପରିପୂର୍ଣ୍ଣ। ଏଠାରେ ଗ୍ରେଟ୍‌ ଆଣ୍ଡାମାନିଜ, ଓଞ୍ଜେ, ଜାରଓ୍ବା, ସେଣ୍ଟିନିଲିଜ, ନିକୋବରିଜ ଏବଂ ଶୋମ୍ପେନ ଭଳି ଆଦିବାସୀ ବାସ କରନ୍ତି। ଗ୍ରେଟ୍‌ ଆଣ୍ଡାମାନିଜ, ଓଞ୍ଜେ, ଜାରଓ୍ବା, ସେଣ୍ଟିନିଲିଜ ଓ ଶୋମ୍ପେନ ହେଉଛନ୍ତି ପୁରାତନ ଆଦିବାସୀ ବର୍ଗର। ଦକ୍ଷିଣ ଓ ମଧ୍ୟ ଆଣ୍ଡାମାନ ଦ୍ୱୀପର ପଶ୍ଚିମ ଉପକୂଳରେ ରହୁଛନ୍ତି ଜାରଓ୍ବା। ଏବେ ୧୯ ଜଣ ଜାରଓ୍ବାଙ୍କୁ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ସାମିଲ କରାଯାଇଛି। ସେମାନଙ୍କୁ ଆଣ୍ଡାମାନ ନିକୋବର ଦ୍ୱୀପମାଳର ମୁଖ୍ୟ ଶାସନ ସଚିବ ଚନ୍ଦ୍ର ଭୂଷଣ କୁମାର ଭୋଟର ପରିଚୟ ପତ୍ର ପ୍ରଦାନ କରବା ସହ ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ଜାରଓ୍ବା ଆଦିବାସୀଙ୍କ ସଂଖ୍ୟା ଏବେ ୩୪୧ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହା ବ୍ୟତୀତ ଆଣ୍ଡାମାନ ନିକୋବରରେ ଥିବା ଅନ୍ୟ ପୁରାତନ ଜନଜାତି ଗ୍ରେଟ୍‌ ଆଣ୍ଡାମାନିଜଙ୍କ ସଂଖ୍ୟା ଏବେ ୫୯, ଓଞ୍ଜେ ୧୧୦, ସେଣ୍ଟିନିଲିଜ ୨୦୦ରୁ କମ୍‌ ଏବଂ ଶୋମ୍ପେନଙ୍କ ସଂଖ୍ୟା ୩୦୦ରୁ କମ୍‌ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଉଲ୍ଲେଖନୀୟ ଯେ, ଜାରଓ୍ବା ଭୋଟ ଅଧିକାର ପାଇବା ପୂର୍ବରୁ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଶୋମ୍ପେନ ଜନଜାତିରି ୬୨ ଜଣ ଭୋଟ ଦେଇଥିଲେ। ୨୦୧୯ରେ ଓଞ୍ଜେ ଓ ଗ୍ରେଟ୍‌ ଆଣ୍ଡାମାନିଜ ପ୍ରଥମ ଥର ଭୋଟ ଦେଇଥିଲେ। ନିକୋବରିଜ ସମ୍ପ୍ରଦାୟ ସବୁଠୁ ଅଧିକ ଭୋଟ ଦେଉଥିବାବେଳେ ସେଣ୍ଟଲିନିଜଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିନାହିଁ। କାରଣ ସେଣ୍ଟିଲିନିଜମାନେ ତଥାକଥିତ ସଭ୍ୟତା ସହିତ ସମ୍ପର୍କ ସ୍ଥାପନ କରିବାକୁ ଅରାଜି। ତାଙ୍କ ଦ୍ୱୀପକୁ ଯେ କୌଣସି ବ୍ୟକ୍ତି ଯାଇଛନ୍ତି, ସେଠାରୁ ବଞ୍ଚିକରି ଫେରିନାହାନ୍ତି। ସେଣ୍ଟିନିଲିଜମାନେ ଧନୁଶର ଓ ବର୍ଚ୍ଛାରେ ଆକ୍ରମଣ କରି ଅନେକଙ୍କୁ ମାରି ଦେଇଥିବାର ଜଣାଶୁଣା। ଏହା ଫଳରେ ଆଧୁନିକ ସଭ୍ୟତାଠୁ ଦୂରେଇ ରହୁଥିବା ହେତୁ ସେମାନଙ୍କ ପାଖରେ କୌଣସି ଡାକ୍ତର କିମ୍ବା ଔଷଧ ପହଞ୍ଚିପାରେ ନାହିଁ।
ସେଣ୍ଟିନିଲିଜଙ୍କ ଭଳି ତୀବ୍ର ନହେଲେ ମଧ୍ୟ ଜାରଓ୍ବା ଓ ଅନ୍ୟ କ୍ଷୁଦ୍ର ଆଦିବାସୀସମୂହ ସଭ୍ୟତା ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତିି। ଏହି ଆଦିବାସୀ ଲୋକଙ୍କୁ ଭୋଟ ଅଧିକାର ଦେଇ ସରକାର ବାହାବା ନେଉଛନ୍ତି। କିନ୍ତୁ ଏହା ମଧ୍ୟ ଧ୍ୟାନ ଦେବା ଜରୁରୀ ଯେ, ପୁରାତନ ଜନଜାତିଙ୍କ ସଂଖ୍ୟା କ୍ରମଶଃ କମୁଥିବା ସେମାନଙ୍କ ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷ କରି ଜାରଓ୍ବାଙ୍କ କଥା ବିଚାରକୁ ନେଲେ ଜଣାପଡ଼େ ଯେ, ଇଂରେଜମାନେ ୧୭୮୯ରେ ଆଣ୍ଡାମାନ ନିକୋବରରେ ଉପନିବେଶ ସ୍ଥାପନ କଲା ପରେ ସବୁ ଜନଜାତି ମୁଖ୍ୟତଃ ଜାରଓ୍ବାଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ୧୯୭୦ ଦଶକରେ ଜାରଓ୍ବା ରହୁଥିବା ଅଞ୍ଚଳରେ ଗ୍ରେଟ୍‌ ଆଣ୍ଡାମାନ ଟ୍ରଙ୍କ ରୋଡ ଯିବାପରଠାରୁ ବିପଦ ଆହୁରି ବଢ଼ିଲା। ୧୯୯୬ରେ ପ୍ରଥମ ଥର ଜଣେ ଆହତ ଜାରଓ୍ବାଙ୍କୁ ଚିକିତ୍ସା କରିବାକୁ ଯାଇ ସେମାନଙ୍କ ସହ ପ୍ରଥମ ସାମାଜିକ ସମ୍ପର୍କ ସ୍ଥାପନ କରାଯାଇଥିଲା। ପରେ ୧୯୯୯ ଓ ୨୦୦୬ରେ ଭୟଙ୍କର ମିଳିମିଳା ରୋଗରେ ପ୍ରାୟ ୧୦% ଜାରଓ୍ବାଙ୍କ ମୃତ୍ୟୁ ଘଟିଥିଲା। ଏହି ଜନଜାତିକୁ ମୁଖ୍ୟ ସ୍ରୋତରେ ସାମିଲ କରି ଆଧୁନିକ ସମାଜ ଆଡକୁ ଆଣିବା ପ୍ରକୃତରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହା ବ୍ୟତୀତ ପର୍ଯ୍ୟଟକମାନେ ସେମାନଙ୍କ ଅଞ୍ଚଳକୁ ଅବାଧରେ ପ୍ରବେଶ କରୁଥିବାରୁ ସେମାନେ ଅଧିକ ରୋଗଗ୍ରସ୍ତ ହେବାର ଆଶଙ୍କା ବୃଦ୍ଧି ପାଇଛି। ହ୍ୟୁମାନ ସଫାରି ପାଇଁ ସେମାନଙ୍କ ଜାଗା ଦଖଲ କରାଯାଉଛି। ଜାରଓ୍ବା ରହୁଥିବା ଅଞ୍ଚଳରେ ବାହାର ଲୋକମାନେ ବେଆଇନ ଶିକାର କରିବା, ଜାରଓ୍ବା ମହିଳାଙ୍କୁ ଯୌନ ନିର୍ଯାତନ ଦେବା, ବାଧ୍ୟକରି ଖଟାଇବା ଓ ବାହାରର ନିଶାଦ୍ରବ୍ୟ ସେବନ କରାଇବା ଅଭିଯୋଗ ମଧ୍ୟ ଆସୁଛି। ଏବେ ସରକାର ଜାରଓ୍ବାଙ୍କୁ ଭୋଟିଂ ଅଧିକାର ଦେଇ ଗଣତନ୍ତ୍ରରେ ସେମାନଙ୍କୁ ଭାଗୀଦାରି କରିବାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। କିନ୍ତୁ ପ୍ରାଥମିକତା ହେଉଛି ସେମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ବଂଶରକ୍ଷା କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିର ଚକ୍ରବ୍ୟୂହ

ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ହେଲେ ଦୁର୍ନୀତି ଓଡ଼ିଶାର ଅଭିବୃଦ୍ଧିକୁ ବାଧା ଦେଉଛି। ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିଟି ସମାଜର ପ୍ରତିଟି ସ୍ତରରେ ବିସ୍ତାରିତ ହୋଇସାରିଛି।...

ସୁସ୍ବାଗତଂ

ଆମ ଓଡ଼ିଶାର ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବାକୁ ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରବାସୀ ଓ...

ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ...

କ୍ଷତିପୂରଣ ନା ତୁଷ୍ଟୀକରଣ

ବିଧାନସଭାରେ ଗୃହୀତ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ଭକ୍ତଙ୍କୁ ବାରଣ ଯୋଗୁ ଦଇତା ସେବକମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ଖବର...

ଜୀବନରେ ଚାପର ତାପ

ପ୍ରତ୍ୟେକ ବସ୍ତୁ ଓ ବ୍ୟକ୍ତିର ନିଜସ୍ବ ଚାପ ଓ ଚାପଶକ୍ତି ରହିଛି। ବିଜ୍ଞାନରେ ବାୟୁଚାପ ଓ ଜଳଚାପ ପଢ଼ିଛେ। ଗ୍ଲାସରେ ଜଳପୂର୍ଣ୍ଣ କରି ତା’ ଉପରେ...

ଭାଇରସ୍‌ ଖେଳ

କୋଭିଡ୍‌-୧୯ ବା କରୋନା ଭୂତାଣୁ ସଂକ୍ରମଣ ସାମ୍ନାକୁ ଆସିବାର ୫ବର୍ଷ ପରେ ଏବେ ହ୍ୟୁମାନ ମେଟା ନ୍ୟୁମୋ ଭାଇରସ୍‌ (ଏଚ୍‌ଏମ୍‌ପିଭି) ସଂକ୍ରମଣକୁ ନେଇ ନୂଆ ପରିସ୍ଥିତି...

ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌...

ଡିଜିଟାଲ ଯୁଗରେ ଭାରତୀୟ ସଂସ୍କୃତି

ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣକୁ ସହଜ କରିଦେଇଛି ସତ, କିନ୍ତୁ ଏହା ଭୁଲ୍‌ ତଥ୍ୟକୁ ଅଧିକ ମାତ୍ରାରେ ବିସ୍ତାର କରୁଛି। ଭାରତୀୟ ସଂସ୍କୃତିର ସଂରକ୍ଷଣ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri