ଧାମନଗର, ୨୬।୬(ସ୍ବ.ପ୍ର.): ସ୍ବାମୀ କାମଳ ରୋଗରେ ଆକ୍ରାନ୍ତ ହୋଇ ଲିଭର ଓ କିଡ୍ନୀ ନଷ୍ଟ ହୋଇଯାଇଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଙ୍କ କହିବା ମୁତାବକ ତାଙ୍କୁ ଦିଲ୍ଲୀ ଏମ୍ସକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ପଡ଼ିବ। ଏଥିପାଇଁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆବଶ୍ୟକ। ସ୍ବାମୀଙ୍କର ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ସମସ୍ତଙ୍କୁ ମୋ ଶଙ୍ଖା ସିନ୍ଦୂରକୁ ବଞ୍ଚାଇଦିଅ ବୋଲି କହି ଆକୁଳ ନିବେଦନ କରୁଛନ୍ତି ସ୍ତ୍ରୀ।
ଜିଲା ସଦର ବ୍ଲକ ଅଧୀନ କଲେଇ ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ହରମୋହନ ରାଉତଙ୍କ ସାନପୁଅ ଭଗବାନ(୩୭) ବେଙ୍ଗାଲୁରୁରେ ଏକ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ମାସକ ତଳେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଚିକିତ୍ସା ପାଇଁ ସେଠାରେ ଡାକ୍ତରଖାନା ଯାଇଥିଲେ। ରିପୋର୍ଟ ଆସିବା ପରେ ତାଙ୍କର କିଡ୍ନୀ ଓ ଲିଭର ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଏହାପରେ ସେ ଘରକୁ ଚାଲି ଆସିଥିଲେ। ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସାହାଯ୍ୟ ପାଇଁ ତାଙ୍କ ସ୍ତ୍ରୀ ଅବନ୍ତୀ ଏପରି ନିବେଦନ କରିଛନ୍ତି।