Categories: ଜାତୀୟ

ନିଜ ପରିବାରକୁ ବଞ୍ଚାନ୍ତୁ ଲୋକେ,ଦେଶକୁ ସମ୍ଭାଳିବାକୁ ଅଛନ୍ତି ମୋଦି : ସଞ୍ଜୟ ରାଉତ

ମୁମ୍ବାଇ,୨୭।୧୨: କେନ୍ଦ୍ର ସରକାରଙ୍କୁ ଶିବସେନା ପକ୍ଷରୁ ଲଗାତାର ଟାଗେର୍ଟ କରାଯାଉଛି। ଏହି ମର୍ମରେ ଶିବସେନା ମୁଖପତ୍ର ସାମନାରେ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି। ସଞ୍ଜୟ କହିଛନ୍ତି ଯେ, ବିଦାୟ ନେବାକୁ ଯାଉଥିବା ୨୦୨୦ ବର୍ଷ ଦେଶ ଉପରେ ଦରଦାମ୍‌ ବୃଦ୍ଧି, ବେରୋଜଗାରି, ଆର୍ଥିକ ସଙ୍କଟ ଏବଂ ନିରାଶ ଆଦି ଲଦି ଦେଇଛି। ଏପରିସ୍ଥଳେ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କ ଦୁଃଖ ବୁଝିବା ଅବା ଦୂର କରିବା ପାଇଁ ମୋଦି ସରକାରଙ୍କ ପାଖରେ ଟଙ୍କା ନାହିଁ। ସରକାରଙ୍କ ପାଖରେ କେବଳ ନିର୍ବାଚନ ଲାଗି ଏବଂ ଅନ୍ୟ ରାଜ୍ୟରେ ସରକାର ଭାଙ୍ଗି ଭାଜପା ସରକାର ଗଠନ କରିବା ପାଇଁ ଟଙ୍କା ରହିଛି। ସରକାର ଏସବୁ କାମରେ ବ୍ୟସ୍ତ ରହିଛନ୍ତି। ତେଣୁ ଲୋକେ ନିଜ ପରିବାର ବଞ୍ଚାଇବା ଲାଗି ପ୍ରୟାସ କରନ୍ତୁ। ଦେଶକୁ ସମ୍ଭାଳିବା ପାଇଁ ମୋଦି ଏବଂ ତାଙ୍କର ଦୁଇ ଚାରିି ଜଣ ଅନୁଗତ ରହିଛନ୍ତି ବୋଲି ସଞ୍ଜୟ କଟାକ୍ଷ କରିଛନ୍ତି। ଏବେ ସଞ୍ଜୟଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share