‘ପ୍ରଧାନମନ୍ତ୍ରୀ ମନ୍ଦିର ବଞ୍ଚାନ୍ତୁ’

ପୁରୀ ଅଫିସ,୧୦।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯାହା କ୍ଷତି ହୋଇଛି, ତାହା ଆଉ ଫେରି ଆସିବ ନାହିଁ। ଏଣୁ ଏବେ ସେ ସବୁକୁ ନୂଆ କରି କରାଯାଉ। ପ୍ରଧାନମନ୍ତ୍ରୀ ମନ୍ଦିର ବଞ୍ଚାନ୍ତୁ। କୋର୍ଟ କଚେରୀରେ ଏହାର ସମାଧାନ ହୋଇପାରିବ ନାହିଁ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ତେବେ ପୁରୀ ସହରବାସୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଖୁସି ନୁହଁନ୍ତି। ସେମାନେ କେବଳ ବାଧ୍ୟବାଧକତାରେ ଜାଗା ଛାଡ଼ି ଦେଇଛନ୍ତି। ଯାହା କଲେ ବି ସେ ପୁରାତନ ମଠ ଆଉ ଫେରି ଆସିବନି ବୋଲି ଜୟନ୍ତ କହିଛନ୍ତି।

Share