Posted inଫୁରସତ

ଭବିଷ୍ୟତ ପାଇଁ ସଞ୍ଚୟ

ସଞ୍ଚୟ କରିବା ଏକ ଭଲ ଗୁଣ। ଏହା ଦ୍ୱାରା ବିକାଶର ପଥ ଉନ୍ମୁକ୍ତ ହୋଇଥାଏ। ସମସ୍ତଙ୍କର ଭବିଷ୍ୟତ ସମ୍ପର୍କରେ ଚିନ୍ତା ରହିବା ଜରୁରୀ। ଏହା ଦ୍ୱାରା ବହୁ ସଙ୍କଟର ମୁକାବିଲା କରିବା ସହଜ ହୋଇପାରିଥାଏ। ଭବିଷ୍ୟତରେ ବେଳେବେଳେ ମଣିଷକୁ ସଙ୍କଟଜନକ ଆର୍ଥିକ ସ୍ଥିତିର ମୁକାବିଲା କରିବାକୁ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ ସଞ୍ଚୟ କରିବା ଆବଶ୍ୟକ। ସଞ୍ଚୟ ଅର୍ଥାତ୍‌ ମିତବ୍ୟୟିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୩୦ ଅକ୍ଟୋବରରେ ବିଶ୍ୱସ୍ତରରେ ବିଶ୍ୱ ମିତବ୍ୟୟିତା ଦିବସ ବା ଓ୍ବାଲର୍‌ଡ ଥ୍ରିଫ୍ଟ ଡେ ପାଳନ କରାଯାଇଥାଏ। ୩୧ ଅକ୍ଟୋବର ୧୯୨୪ରେ ଇଟାଲୀର ମିଲାନରେ ଅନ୍ତର୍ଜାତୀୟ ସେଭିଂସ ବ୍ୟାଙ୍କ କଂଗ୍ରେସରେ ୱାର୍ଲଡ ସୋସାଇଟି ଅଫ୍‌ ସେଭିଂସ ବ୍ୟାଙ୍କ ଦ୍ୱାରା ବିଶ୍ୱ ମିତବ୍ୟୟିତା ଦିବସ ପ୍ରତିଷ୍ଠା କରାଯାଇଥିଲା।

ଇଟାଲୀର ପ୍ରଫେସର ଫିଲିପ୍ପୋ ରବିଜା ଅକ୍ଟୋବର ୩୦ରେ ଅନ୍ତର୍ଜାତୀୟ ମିତବ୍ୟୟିତା ଦିବସ ଘୋଷଣା କରିଥିଲେ। ପରେ ୧୯୩୪ ଅକ୍ଟୋବର ୩୦ରେ ପ୍ରଥମ ମିତବ୍ୟୟିତା ଦିବସ ପାଳିତ ହୋଇଥିଲା। ମିତବ୍ୟୟିତାକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ତର୍ଜାତୀୟ ସେଭିଂସ ବ୍ୟାଙ୍କ କଂଗ୍ରେସର ପ୍ରୟାସରେ ସଞ୍ଚୟ ବ୍ୟାଙ୍କଗୁଡ଼ିକ ବିଦ୍ୟାଳୟ, ଧର୍ମସ୍ଥଳ, ସାଂସ୍କୃତିକ ସଙ୍ଗଠନ, କ୍ରୀଡ଼ା, ବୃତ୍ତିଗତ ତଥା ମହିଳା ସଙ୍ଗଠନ ସହଯୋଗରେ କାର୍ଯ୍ୟ ଆରମ୍ଭ କରିଥିଲା। ୨୯ଟି ଦେଶର ପ୍ରତିନିଧିମାନେ ବିଶ୍ୱର ଜନସାଧାରଣଙ୍କୁ ସଞ୍ଚୟ କରିବାର ଚିନ୍ତା ଏବଂ ଅର୍ଥନୀତି ତଥା ବ୍ୟକ୍ତିବିଶେଷଙ୍କ ପ୍ରାସଙ୍ଗିକତା ଉପରେ ସଚେତନ କରାଇଥିଲେ।

୩୧ ତାରିଖ ସାରା ବିଶ୍ୱରେ ବିଶ୍ୱ ସଞ୍ଚୟ ଦିବସ ଭାବେ ପାଳିତ ହୋଇଥାଏ। ତେବେ ଭାରତରେ ଏହି ଦିବସ ଅକ୍ଟୋବର ୩୦ରେ ପାଳିତ ହୋଇଥାଏ। ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ମିତବ୍ୟୟୀ ହୋଇ ସଞ୍ଚୟ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ।ଆଜିକାଲି ବିଶ୍ୱ ସଞ୍ଚୟ ଦିବସ ଆୟୋଜନ କରୁଥିବା ବ୍ୟାଙ୍କଗୁଡିକର ଧ୍ୟାନ ବିକାଶଶୀଳ ଦେଶଗୁଡିକ ଉପରେ ରହିଛି, ଯେଉଁଠାରେ ଅନେକ ଲୋକ ବ୍ୟାଙ୍କ ସହ ଯୋଡ଼ି ହୋଇପାରି ନାହାନ୍ତି । ଏଭଳି ସ୍ଥଳେ ଅଧିକରୁ ଅଧିକ ଲୋକ, ବିଶେଷକରି ଅଣ-ସରକାରୀ ସଂଗଠନ ସହିତ କାର୍ଯ୍ୟ କରୁଥିବା ଲୋକଙ୍କ ସଞ୍ଚୟ ଖାତା ସଂଖ୍ୟାକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ଅଭିଯାନ ଏବଂ ପଦକ୍ଷେପ ନିଆଯାଇ ଏହି ଦେଶରେ ସଞ୍ଚୟ ବୃଦ୍ଧିରେ ସଞ୍ଚୟ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ଥ୍ରିଫ୍ଟ ଦିବସ ଜାରି ରହିଲା ଏବଂ ୧୯୫୫ରୁ ୧୯୭୦ ମଧ୍ୟରେ ଏହାର ଲୋକପ୍ରିୟତା ଶିଖରରେ ପହଞ୍ଚିଲା। ଏହା କେତେକ ଦେଶରେ ଏକ ପରମ୍ପରାରେ ପରିଣତ ହୋଇଥିଲା ।
ପ୍ରତିବର୍ଷ ବିଶ୍ୱ ମିତବ୍ୟୟିତା ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ଉପରେ ଗୁରୁତ୍ୱାରୋପ କରିଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି ସଞ୍ଚୟ ଦ୍ୱାରା ଆସନ୍ତାକାଲି ଉପରେ ବିଜୟ ହାସଲ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri