ନୂଆଦିଲ୍ଲୀ,୩୦।୯: କେନ୍ଦ୍ର ସରକାର ଗୁରୁବାର କିଷାନ ବିକାଶ ପତ୍ର, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସମେତ ୫ଟି ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି କରିଛନ୍ତି। ଏହି ସୁଧହାର ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈୟମାସିକ ପାଇଁ ଲାଗୁ ହେବ। ଏହି ସୁଧହାର ୦.୧ରୁ ୦.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ସବୁଠୁ ଲୋକପ୍ରିୟ ପିପିଏଫ୍ ଏବଂ ଏନ୍ଏସ୍ସି ସୁଧହାର ଅପରିବର୍ତ୍ତିତ ରହିଛି। ସଂଶୋଧିତ ହାର ଅନୁଯାୟୀ ୩ ବର୍ଷୀୟା ପୋଷ୍ଟ ଅଫିସ ଜମା ଉପରେ ସୁଧ ପରିମାଣ ୫.୫ ପ୍ରତିଶତରୁ ୫.୮ ପ୍ରତିଶତ ହୋଇଥିବାବେଳେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସୁଧ ୭.୪ ପ୍ରତିଶତରୁ ୭.୬ ପ୍ରତିଶତକୁ ବୃଦ୍ଧି ପାଇଛି। କିଷାନ ବିକାଶ ପତ୍ର ସୁଧ ହାର ୬.୯ ପ୍ରତିଶତରୁ ୭ ପ୍ରତିଶତ କରାଯାଇଥିବାବେଳେ ମାଚୁରିଟି ସମୟସୀମା ୧୨୪ ମାସରୁ ୧୨୩ ମାସକୁ ହ୍ରାସ କରାଯାଇଛି।