ଆଜି ସାବିତ୍ରୀ ବ୍ରତ: ରାଜଧାନୀର ଦେବାଳୟ ଖାଁ ଖାଁ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଆଜି ସାବିତ୍ରୀ ଅମାବାସ୍ୟା। ଚଳିତବର୍ଷ କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜଧାନୀର ଦେବାଳୟ ଖାଁ ଖାଁ ଦେଖିବାକୁ ମିଳିଛି। କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ନାହିଁ। କରୋନା ଯୋଗୁ ଘରେ ରହି ପୂଜାର୍ଚ୍ଚନା କରିଛନ୍ତି ମହିଳାମାନେ। ସ୍ବାମୀଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରିଛନ୍ତି।

କିମ୍ବଦନ୍ତୀ ଅନୁଯାୟୀ, ସାବିତ୍ରୀଙ୍କ ନିଷ୍ଠାପର ପୂଜାର୍ଚ୍ଚନା ଓ ପ୍ରାର୍ଥନା ଆଗରେ ହାର୍‌ ମାନିଥିଲେ ଖୋଦ୍‌ ଯମରାଜ। ସତ୍ୟବାନଙ୍କୁ ଫେରାଇ ଦେବା ପାଇଁ ସାବିତ୍ରୀ ଯମରାଜଙ୍କୁ ପ୍ରାର୍ଥନା କରିଥିଲେ। ଯେଉଁଥିପାଇଁ ଯମରାଜ ସାବିତ୍ରୀଙ୍କୁ ତାଙ୍କ ସତ୍ୟବାନଙ୍କୁ ଫେରାଇ ଦେଇଥିଲେ। ସେହିଦିନଠାରୁ ପ୍ରତ୍ୟେକ ହିନ୍ଦୁ ନାରୀ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରିଆସୁଛନ୍ତି।

Share