Categories: ବାଣିଜ୍ୟ

‘ଦୁର୍ନୀତିକୁ ନା କୁହନ୍ତୁ, ଦେଶ ପ୍ରତି ସମର୍ପିତ ରୁହନ୍ତୁ’

ଭୁବନେଶ୍ୱର,୩୧।୧୦ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ସତର୍କତା ସୋମବାର ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ୟାନ୍‌ ଇଣ୍ଡିଆ ରେଟିଂ ଆଧାରରେ ପାଳନ କରାଯିବ। ଚଳିତ ବର୍ଷଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘ଦୁର୍ନୀତିକୁ ନା କୁହନ୍ତୁ, ଦେଶ ପ୍ରତି ସମର୍ପିତ ରୁହନ୍ତୁ’ ରଖାଯାଇଛି। ପିଏନ୍‌ବି ବିକାଶ ହେଉଛି
ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କର ଏକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ, ଯେଉଁଥିରେ ବ୍ୟାଙ୍କର ନିକଟବର୍ତ୍ତୀ ଗ୍ରାମଗୁଡିକରେ ବିକାଶମୂଳକ କାର୍ଯ୍ୟକ୍ରମ କରାଯାଇଥାଏ। ଏ ଅବସରରେ ପୁରୀ ଜିଲାର ଗୋପସ୍ଥିତ ଗଣେଶ୍ୱରପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ବ୍ୟାଗ୍‌ ବଣ୍ଟନ କରାଯିବା ସହ ସ୍କୁଲକୁ ଏକ ୱାଟର ପ୍ୟୁରିଫାୟାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ମଣ୍ଡଳ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ର, ପିଏନ୍‌ବି ଗୋପ ଶାଖାର ଶାଖା ମୁଖ୍ୟ ସତ୍ୟନାରାୟଣ ଘଡେଇ, ସ୍କୁଲର ପ୍ରଧାନ ଶିକ୍ଷକ ଈଶ୍ୱର ଚନ୍ଦ୍ର ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ଦୁର୍ନୀତି ନିବାରଣ ପାଇଁ ସମୂହ ଶପଥ ପାଠ କରିଥିଲେ।

Share