ଏହି ଅଭିନେତ୍ରୀଙ୍କୁ ବୁଢ଼ି କହିବାରୁ ….

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ନିକଟରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ। ତାଙ୍କ ସହ ଅମୃତା ଅରୋରା ଓ ମଲାଇକା ଅରୋରା ମଧ୍ୟ ପାର୍ଟିକୁ ଯାଇଥିଲେ। ପାର୍ଟିର ଏକ ଫଟୋକୁ କରିନା ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥିଲେ। ଫଟୋ ପୋଷ୍ଟ କରି କରିନା କ୍ୟାପଶନ୍‌ରେ ଲେଖିଥିଲେ, ‘ୟେ ହୈ ହମ, ଔର୍‌ ଲୋଲୋ କାହାଁ ହୈ?’। ଫଟୋରେ କରିନା, ଅମୃତା, ମଲାଇକା ଏକାଠି ବୋଲ୍ଡ ଅନ୍ଦାଜରେ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଥିଲା। କରିନାଙ୍କ ଏହି ଫଟୋ ଦେଖି କେତେକ ପ୍ରଶଂସକ ପସନ୍ଦ କରିଥିବା ବେଳେ କେତେଜଣ ଏହାକୁ ଟ୍ରୋଲ ମଧ୍ୟ କରିଛନ୍ତି। ଟ୍ରୋଲ କରି ୟୁଜର୍ସ କରିନା, ଅମୃତା ଓ ମଲାଇକାଙ୍କୁ ‘ବୁଢ଼ି’ ବୋଲି କହିଛନ୍ତିି। ତେବେ ଅଭିନେତ୍ରୀ ରାଗିଯାଇ ଏହାର ଜବାବ ମଧ୍ୟ ଦେଇଛନ୍ତି। ଅମୃତା ନିଜ ଇନ୍‌ଷ୍ଟାଗ୍ରମ ଷ୍ଟୋରିରେ ଦୁଇଟି ନୋଟ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କୁ ‘ବୁଢ଼ି’ ବୋଲି ଦିଆଯାଇଥିବା କମେଣ୍ଟକୁ ହାଇଲାଇଟ୍‌ କରି କହିଛନ୍ତି, ‘ଏହି ଶବ୍ଦ କାହାକୁ ଅପମାନ କରିବା ପାଇଁ ବ୍ୟବହାର କରାଯାଏ କି? ମୋ ପାଇଁ ଏହି ଶବ୍ଦର ଅର୍ଥ କେବଳ ବୟସ୍କ। ହଁ ଆମେ ବୟସ୍କ। କିନ୍ତୁ ତୁମେ ନାମହୀନ। ତୁମ ପାଖରେ କୌଣସି ପରିଚୟ ନାହିଁ କି ଚେହେରା ନାହିଁ କି ବୟସ ନାହିଁ।’ ଅମୃତାଙ୍କ ଏହି ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିକୁ କରିନା ଓ ମଲାଇକା ସମର୍ଥନ କରି ରି-ପୋଷ୍ଟ ମଧ୍ୟ କରିଛନ୍ତି।

Share