ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସବୁ ଦଳର ରାଜନେତା ’ପପୁ’ ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ନାମରେ ମୋର କୌଣସି ଅସୁବିଧା ନାହିଁ। ଏହାପୂର୍ବରୁ ମୋର ବୁଢ଼ୀମାଙ୍କ ଇନ୍ଦିରା ଗାନ୍ଧୀଙ୍କୁ ଗୁଙ୍ଗି ଗୁଡ଼ିଆ ମଧ୍ୟ କୁହାଯାଉଥିଲା। ପରେ ଆଇରନ ଲେଡି ଭାବରେ ଜଣାଶୁଣା ହୋଇଥିଲେ।
ରାଜନୀତିରେ ବିଭିନ୍ନ ନାମରେ ପରସ୍ପରକୁ ଡାକିବା ଏକ ଅଭିଯାନର ଏକ ଅଂଶ ବୋଲି ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି। କଂଗ୍ରେସ ନେତା କହିଛନ୍ତି, ଯେଉଁମାନେ ତାଙ୍କୁ ପପୁ ବୋଲି କହୁଛନ୍ତି ସେମାନେ ପ୍ରକୃତରେ ଭିତରୁ ତାଙ୍କୁ ଭୟ କରୁଛନ୍ତି। ସେମାନେ ଅସନ୍ତୁଷ୍ଟ। ମତେ କୌଣସି ନାମରେ ଡାକିବା ନେଇ ମୋର ଆପତ୍ତି ନାହିଁ । ମୁଁ ସେହି ନାମକୁ ସ୍ବାଗତ କରୁଛି।