Categories: ଖେଳ

କ୍ୟାପ୍‌ଟେନ୍‌ କୁଲ୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡାର କଲା ଦେଶର ସର୍ବବୃହତ୍‌ ବ୍ୟାଙ୍କ, ଏବେ ସେ କହିବେ…

ନୂଆଦିଲ୍ଲୀ,୨୯।୧୦: ଦେଶର ସର୍ବବୃହତ୍‌ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ନିଜର ଆଧିକାରୀକ ବ୍ରାଣ୍ଡ ଆମ୍ବାସାଡାର ଭାବେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଯୁକ୍ତ କରିଛି। ଧୋନୀ ବ୍ୟାଙ୍କର ଅନେକ ମାର୍କେଟିଂ ଏବଂ ପ୍ରମୋଶନାଲ କ୍ୟାମ୍ପେନ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ। ଏହାଛଡ଼ା ସେ ଏସ୍‌ବିଆଇର ଭିନ୍ନ ଭିନ୍ନ ସ୍କିମ୍‌ ବିଷୟରେ ସୂଚନା ଦେବେ।

ଧୋନୀଙ୍କ ନିଯୁକ୍ତି ନେଇ ଏସ୍‌ବିଆଇ କହିଛି, ‘ଚିନ୍ତାଜନକ ପରିସ୍ଥିତିରେ ସଂଯମତା ରଖିବା ନେଇ ଧୋନୀଙ୍କ କ୍ଷମତା ରହିଛି। ଚାପ ସମୟରେ ବି ସେ ସାଧାରଣ ଚିନ୍ତନ କରିପାରନ୍ତି ଏବଂ ସଠିକ୍‌ ନିଷ୍ପତ୍ତି ନେଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶର ଏସ୍‌ବିଆଇ ଗ୍ରାହକ ଏବଂ ହିତାଧିକାରୀଙ୍କ ସହ ଯୋଡ଼ିହେବା ଲାଗି ତାଙ୍କୁ ଆଦର୍ଶ ବିକଳ୍ପ ଭାବେ ଚୟନ କରିଛି। ସଂଯମତାକୁ ନେଇ ତାଙ୍କୁ କ୍ୟାପଟେନ୍‌ କୁଲ ମଧ୍ୟ କୁହାଯାଇଥାଏ। ’

Share