ନୂଆଦିଲ୍ଲୀ,୨୧।୭: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) ହ୍ବାଟ୍ସଆପ୍ରେ ଅନେକ ବ୍ୟାଙ୍କିଂ ସେବା ପ୍ରଦାନ କରୁଛି। ଗ୍ରାହକମାନେ ନିଜ ମୋବାଇଲ ଫୋନରେ କ୍ୟୁଆର୍ କୋଡ ସ୍କାନ୍ କରି ହ୍ବାଟ୍ସଆପ୍ ମାଧ୍ୟମରେ ଏସ୍ବିଆଇ ବ୍ୟାଙ୍କ ସେବାର ଲାଭ ଉଠାଇପାରିବେ। ଏଥିରେ ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟ୍ମେଣ୍ଟ, ପେନ୍ସନ ସ୍ଲିପ, ଲୋନ ବିବରଣୀ ଏବଂ ଅନ୍ୟ ସେବା ସାମିଲ ଅଛି।
ସମ୍ପୂର୍ଣ୍ଣ ତାଲିକା କିଛି ଏଭଳି…
-ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିବା
-ମିନି ଷ୍ଟେଟ୍ମେଣ୍ଟ
-ପେନସନ ବିବରଣୀ
-ବ୍ୟାଙ୍କିଂ ଫର୍ମ ପ୍ରାପ୍ତ କରିବା
-ଜମା ଟଙ୍କା ବିବରଣୀ
-ନୂଆ ଖାତା ଖୋଲିବା
-ଡେବିଟ୍ କାର୍ଡ ବ୍ୟବହାର ସମ୍ପର୍କିତ ସୂଚନା
-ପାଖରେ ଥିବା ଏଟିଏମ୍ ଏବଂ ଶାଖା ବିଷୟରେ ଜାଣିବା