ଭୁବନେଶ୍ୱର, ୨୩।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏସ୍ବିଆଇ କାର୍ଡ ପକ୍ଷରୁ ଫେଷ୍ଟିଭ ଅଫର-୨୦୨୩ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦେଶର ଲକ୍ଷ ଲକ୍ଷ ଏସ୍ବିଆଇ କାର୍ଡଧାରୀ ୨୨୦୦ ମର୍ଚ୍ଚାଣ୍ଟ ଫଣ୍ଡେଡ୍ ଓ କ୍ୟାଶବ୍ୟାକ ଅଫରର ସୁବିଧାକୁ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ପାଇପାରିବେ। ଏପରିକି ଏହି ଅଫରଗୁଡ଼ିକୁ ବ୍ୟାପକ ଶ୍ରେଣୀୟ ଲୋକପ୍ରିୟ ବର୍ଗରେ ପ୍ରଦାନ କରାଯାଉଛି, ଯେଉଁଥିରେ କଞ୍ଜ୍ୟୁମର ଡ୍ୟୁରେବଲ୍, ମୋବାଇଲ୍, ଲାପଟପ୍, ଫେଶନ ଓ ଲାଇଫଷ୍ଟାଇଲ୍, ଜୁଏଲେରି ଓ ଗ୍ରୋସେରି ଆଦି ଅନ୍ତର୍ଭୁକ୍ତ ରହିଛି। ଏ ସମ୍ପର୍କରେ ଏସ୍ବିଆଇ କାର୍ଡର ଏମ୍ଡି ତଥା ସିଇଓ ଅଭିଜିତ୍ ଚକ୍ରବର୍ତ୍ତୀ କହିଛନ୍ତି, ଏକ ଗ୍ରାହକକେନ୍ଦ୍ରିତ ବ୍ରାଣ୍ଡ୍ ଭାବେ ଆମେ ସବୁବେଳେ ଆମ ଗ୍ରାହକଙ୍କ ସାମଗ୍ରିକ ଅଭିଜ୍ଞତା ବଢ଼ାଇବା ଉପରେ ଧ୍ୟାନ ଦେଉଛୁ।