Categories: ବାଣିଜ୍ୟ

ରୁପେ କ୍ରେଡିଟ୍‌ କାର୍ଡ ଜରିଆରେ ୟୁପିଆଇ ପେମେଣ୍ଟ ସେବା ଆରମ୍ଭ କଲା ଏସ୍‌ବିଆଇ କାର୍ଡ

ନୂଆଦିଲ୍ଲୀ,୧୨।୮: ଭାରତର ସବୁଠାରୁ ବଡ ପିଓର ପ୍ଲେ କ୍ରେଡିଟ୍‌ କାର୍ଡ କମ୍ପାନୀ ଏସ୍‌ବିଆଇ କାର୍ଡ ନିଜର ଗ୍ରାହକଙ୍କ ଲାଗି ନୂଆ ସୁବିଧା ଆରମ୍ଭ କରିଛି। କମ୍ପାନୀ ଗ୍ରାହକଙ୍କୁ ରୁପେ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବାର ସୁବିଧା ଉପଲବ୍ଧ ନେଇ ଘୋଷଣା କରିଛି।

ଏହାଫଳରେ ଏବେ ଏସ୍‌ବିଆଇ କାର୍ଡ ଥିବା ଗ୍ରାହକଙ୍କ ଲାଗି ୟୁପିଆଇ ନେଣଦେଣ କରିବା ସହଜ ହୋଇଯିବ। ତେବେ ସୁବିଧା ଲାଗି ଗ୍ରାହକଙ୍କୁ ନିଜ କ୍ରେଡିଟ୍‌ କାର୍ଡକୁ ତୃତୀୟ ପାର୍ଟୀର ୟୁପିଆଇ ଆପ୍‌ ସହ ରେଜିଷ୍ଟର କରିବାକୁ ହେବ।

ଥରେ ରେଜିଷ୍ଟର ହୋଇଗଲେ ଗ୍ରାହକ କେବଳ କ୍ୟୁଆର୍‌ କୋର୍ଡକୁ ସ୍କାନ କରି ନିଜର ଆଇଡି ଏବଂ ପିନ୍‌ ଦେଇ ପେମେଣ୍ଟ କରିପାରିବେ। ତେବେ ପୂର୍ବରୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏହି ସୁବିଧା ଦେଉଛି।

Share