ଏସ୍‌ବିଆଇ ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟ୍‌ଫର୍ମ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ସେବା ‘ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟଫର୍ମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ଇନ୍‌ଭଏସ୍‌ ଫାଇନାନ୍ସ ପାଇଁ ୱେବ୍‌ ଭିତ୍ତିକ ଡିଜିଟାଲ ବ୍ୟବସାୟ ଋଣ ସମାଧାନ ‘ଏମ୍‌ଏସ୍‌ଏମ୍‌ଇ ସହଜ’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି।

ଏହି ଉପତ୍ାଦ ମେଶିନ୍‌ ଲର୍ନିଂ ମଡେଲ୍‌ ଉପରେ ଆଧାରିତ, ଯାହା ଜିଏସ୍‌ଟିଆଇଏନ୍‌, ଗ୍ରାହକଙ୍କ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଓ ସିଆଇସି ତଥ୍ୟ ବ୍ୟବହାର କରୁଛି।

ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି,ଏସ୍‌ବିଆଇ ଏସ୍‌ଏମ୍‌ଇ ବ୍ୟବସାୟ ଋଣରେ ଡିଜିଟାଲ ସମାଧାନ ଆରମ୍ଭ କରି ନୂତନ ଶିଳ୍ପ ମାନଦଣ୍ଡ ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏମ୍‌ଏସ୍‌ଏମ୍‌ଇ ଋଣରେ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରୁଛି। ଡିଜିଟାଲ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ ୟୁନିଟଗୁଡ଼ିକୁ ଦ୍ରୁତ ଏବଂ ସହଜ ଆର୍ଥତ୍କ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଏମ୍‌ଏସ୍‌ଏମଇ ସହଜ ପ୍ରସ୍ତୁତ କରାଯାଇଛି।

ଏମ୍‌ଏସ୍‌ଏମ୍‌ଇ ସହଜ ହେଉଛି ଏମ୍‌ଏସ୍‌ଏମ୍‌ଇ ଋଣ ଜଗତରେ ବୈପ୍ଳବିକ ପରିବର୍ତ୍ତନ ଆଣିବା,ମାନବ ହସ୍ତକ୍ଷେପ ହ୍ରାସ କରିବା ଏବଂ ବ୍ୟବସାୟ କରିବାର ସହଜତା ବୃଦ୍ଧି କରିବା ପାଇଁ ଅଭିନବତା ଏବଂ ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟକୁ ସମନ୍ବିତ କରିବା ଦିଗରେ ଆମର ପ୍ରୟାସର ଫଳ।

ଏମ୍‌ଏସଏମ୍‌ଇ ସହଜ ଶୁଭାରମ୍ଭର ଉଦ୍ଦେଶ୍ୟ ହେଉଛି ଦ୍ରୁତ ଏବଂ ସବୁଠାରୁ ସହଜ ଋଣ ସମାଧାନ ପ୍ରଦାନ କରିବା ଏବଂ ଦେଶର ଅଗ୍ରଣୀ ଏମ୍‌ଏସ୍‌ଏମ୍‌ଇ ଋଣଦାତା ଭାବେ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବା।

ସେହିଭଳି ଏସ୍‌ବିଆଇ ରିଟେଲ ବ୍ୟାଙ୍କିଙ୍ଗ ଆଣ୍ଡ ଅପରେଶନର ଏମଡି ବିନୟ ଟନ୍‌ସେ କହିଛନ୍ତି, ଏମ୍‌ଏସ୍‌ଏମଇ କ୍ଷେତ୍ରର ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ବ୍ୟାଙ୍କ ଡିଜିଟାଲ ଉଦ୍ଭାବନ ସହିତ ଅର୍ଥନୀତିର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ମିଳିତ ସମ୍ଭାବନାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ଏମ୍‌ଏସ୍‌ଏମ୍‌ଇ ସହଜ-ଇନଭଏସ୍‌ ଫାଇନାନ୍ସିଂ ପାଇଁ ଡିଜିଟାଲ ବିଜନେସ୍‌ ଲୋନ୍‌ ଆମର ବର୍ତ୍ତମାନର ଅଣୁ ଏସ୍‌ଏମ୍‌ଇ ୟୁନିଟଗୁଡିକୁ ଏକ ଅନନ୍ୟ ପ୍ରସ୍ତାବ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri