Categories: ବାଣିଜ୍ୟ

ଏସ୍‌ବିଆଇ ଜେନେରାଲର ‘ଆଇଡବ୍ଲ୍ୟୁଏସ୍‌ଇପି’

ନୂଆଦିଲ୍ଲୀ,୧୦।୨:ଦେଶର ପ୍ରମୁଖ ସାଧାରଣ ବୀମା କମ୍ପାନୀ ଏସ୍‌ବିଆଇ ଜେନେରାଲ (ଏସ୍‌ବିଆଇଜି) ଓ ଜେଏସ୍‌ଡବ୍ଲ୍ୟୁ ସ୍ପୋର୍ଟସ ମଧ୍ୟରେ ଏକ ସହଭାଗିତା ସୃଷ୍ଟି ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏସ୍‌ବିଆଇଜିର ଇନ୍ସପାୟାର ୱିଣ୍ଟର ସ୍ପୋର୍ଟସ ଏକ୍ସଲେନ୍ସ ପ୍ରୋଗ୍ରାମ (ଆଇଡବ୍ଲ୍ୟୁଏସ୍‌ଇପି)କୁ ବଢାଇବ ଦିଗରେ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ଜେଏସ୍‌ଡବ୍ଲ୍ୟୁ ଇନ୍ସପାୟାର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସ୍ପୋର୍ଟସ ସହ ଏସ୍‌ବିଆଇଜିର ନୂତନ ସହଯୋଗିତା ସ୍ଥାପନ ହୋଇଛି। ଏହା ୨୦୨୬ ଶୀତକାଳୀନ ଅଲିମ୍ପିକ୍ସ ନିମନ୍ତେ ପ୍ରସ୍ତୁତ ହେଉଥିବା ଆଥଲେଟମାନଙ୍କୁ ତାଲିମ ପ୍ରଦାନ, ମାର୍ଗଦର୍ଶନ ଏବଂ ସମର୍ଥନ ଯୋଗାଇଦେବ। ଏ ସମ୍ପର୍କରେ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସର ହୋଲ୍‌-ଟାଇମ ଡାଇରେକ୍ଟର ଆନନ୍ଦ ପେଜାୱାର କହିଛନ୍ତି, ସମାଜର ବିଭିନ୍ନ ବର୍ଗରୁ ବିବିଧ ପ୍ରତିଭାଧାରୀଙ୍କର ଭୂମି ହେଉଛି ଭାରତ। ପ୍ରତ୍ୟେକ ଭାରତୀୟ କ୍ରୀଡ଼ାବିତ୍‌ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡ଼ା ଏବଂ ଭିନ୍ନ ଭିନ୍ନ ପ୍ରକାର କ୍ରୀଡ଼ାରେ ଉତ୍କର୍ଷ ହାସଲକରି ଆସୁଛନ୍ତି। ଏସ୍‌ବିଆଇ ଜେନେରାଲ କ୍ରୀଡ଼ାରେ ଉତ୍କର୍ଷ ଆଣିବାର ପ୍ରଚେଷ୍ଟା କରୁଛି। ବିଶେଷକରି ସମ୍ପ୍ରତି ସେଭଳି ବିଶାଳ ଦୃଶ୍ୟମାନତା ନ ଥିବା କାରଣରୁ ନିମ୍ନମାନର ଆର୍ଥିକ ସମର୍ଥନ ମିଳୁଥିବା କ୍ରୀଡ଼ାଗୁଡିକରେ ଉତ୍କର୍ଷ ହାସଲ ଦିଗରେ ଉତ୍ସାହିତ କରିବାରେ ଆମେ ବିଶ୍ୱାସ ରଖୁଛୁ। ସେହିଭଳି ଜେଏସ୍‌ଡବ୍ଲ୍ୟୁ ସ୍ପୋର୍ଟସର ସିଇଓ ମୁସ୍ତାଫା ଘାଉସେ କହିଛନ୍ତି, ଆଲ୍‌ପାଇନ ସ୍କି କ୍ରୀଡ଼ାବିତ ଆରିଫ ଖାନଙ୍କୁ ଗତ ଶୀତକାଳୀନ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କ୍ଷେତ୍ରରେ ଆମର ସମର୍ଥନ ଜରିଆରେ ଏବଂ ପରର୍ବତ୍ତୀ ସମୟରେ ସେ ହାସଲ କରିଥିବା ସଫଳତାକୁ ଲକ୍ଷ୍ୟକରି ଆମେ ଶୀତକାଳୀନ କ୍ରୀଡାର ବିକାଶ କ୍ଷେତ୍ରରେ ଅଧିକ ନିବିଡ଼ ଭାବେ ସଂପୃକ୍ତ ହେବାର ଆମତ୍ବିଶ୍ୱାସ ଲାଭ କରିଥିଲୁ।

Share