ଏସ୍‌ବିଆଇ ଋଣ ହେଲା ମହଙ୍ଗା, ଜାଣନ୍ତୁ କେତେ ବଢ଼ିବ ଇଏମ୍‌ଆଇ

ନୂଆଦିଲ୍ଲୀ,୧୫।୨: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଋଣକୁ ମହଙ୍ଗା କରିଛି। ଆର୍‌ବିଆଇ ଦ୍ୱାରା ରେପୋ ରେଟ୍‌ ବୃଦ୍ଧି କରାଯିବା ପରେ ଏସ୍‌ବିଆଇ ଏହାର ସମସ୍ତ ପ୍ରକାର ମାନଦଣ୍ଡ ହାରକୁ ୦.୧୦% ବୃଦ୍ଧି କରିଛି। ବ୍ୟାଙ୍କର ଏହି ପଦକ୍ଷେପ ଉଭୟ ପୁରୁଣା ଏବଂ ନୂତନ ଗ୍ରାହକଙ୍କୁ ପ୍ରଭାବିତ କରିବ। କାରଣ ଏହି ବୃଦ୍ଧି ପରେ ଗୃହ ଋଣ, କାର ଋଣ, ବ୍ୟକ୍ତିଗତ ଋଣ ସହ ଅନ୍ୟ ସମସ୍ତ ଋଣ ମହଙ୍ଗା ହେବ। ପୁରୁଣା ଗ୍ରାହକଙ୍କ ଇଏମ୍‌ଆଇ୍‌ ବୃଦ୍ଧି ପାଇବ। ନୂତନ ଋଣ ନେବା ମଧ୍ୟ ମହଙ୍ଗା ହେବ। ତେବେ ଏହି ନୂତନ ହାର ଫେବୃୟାରୀ ୧୫ରୁ ଲାଗୁ ହେବ।

ଏସ୍‌ବିଆଇ ୱେବସାଇଟ ଅନୁଯାୟୀ, ଏସ୍‌ବିଆଇ ଏମ୍‌ସିଏଲ୍‌ଆର୍‌କୁ ୦.୧୦ ପ୍ରତିଶତ ବୃଦ୍ଧି କରିଛି। ଅଧିକାଂଶ ବ୍ୟାଙ୍କ ଗ୍ରାହକ ଏମ୍‌ସିଏଲ୍‌ଆର୍‌ ଉପରେ ଋଣ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସେମାନେ ତୁରନ୍ତ ପ୍ରଭାବିତ ହେବେ।

-ବ୍ୟାଙ୍କ ଏକ ମାସ ଏବଂ ତିନି ମାସ ପାଇଁ ଏମ୍‌ସିଏଲ୍‌ଆରକୁ ୮% ରୁ ୮.୧୦% କୁ ବୃଦ୍ଧି କରିଛି
-ଛଅ ମାସ ଏବଂ ଗୋଟିଏ ବର୍ଷ ପାଇଁ ଏମ୍‌ସିଏଲ୍‌ଆରକୁ ୮.୪୦% ରୁ ୮.୫୦% କୁ ବୃଦ୍ଧି କରାଯାଇଛି
– ଦୁଇ ବର୍ଷ ପାଇଁ ଏମ୍‌ସିଏଲ୍‌ଆରକୁ ୮.୫୦% ରୁ ୮.୬୦% କୁ ବୃଦ୍ଧି କରାଯାଇଛି
-ତିନି ବର୍ଷ ପାଇଁ ଏମ୍‌ସିଏଲ୍‌ଆରକୁ ୮.୬୦% ରୁ ୮.୭୦% କୁ ବୃଦ୍ଧି କରାଯାଇଛି

ଏହା ବ୍ୟତୀତ ବ୍ୟାଙ୍କ ଇବିଏଲ୍‌ଆର୍‌ଏ ଆର୍‌ଏଲ୍‌ଏଲ୍‌ଆର୍‌,ବିପିଏଲ୍‌ ହାର ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

NCC କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗ, ୭ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା

ଛତିଶଗଡ଼,୨୭ା୪: ବିଲାସପୁର ଜିଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଛାତ୍ରୀଙ୍କୁ NCC ଶିବିର ସମୟରେ ନମାଜ ପଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗରେ ଶନିବାର ୭...

ଅନ୍ୟ ଦେଶ ଦେଇ ପ୍ରତିବର୍ଷ ପାକିସ୍ତାନ ପହଞ୍ଚୁଛି ୧୦ ବିଲିୟନ ଡଲାର ମୂଲ୍ୟର ଭାରତୀୟ ସାମଗ୍ରୀ: ରିପୋର୍ଟ

ନୂଆଦିଲ୍ଲୀ,୨୭ା୪: ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ବାଣିଜ୍ୟ ସମ୍ପର୍କ ନଥିଲେ ମଧ୍ୟ, ତୃତୀୟ ଦେଶ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର...

ଭାରତ ପାଇଁ ଅଛି ୧୩୦ଟି ପରମାଣୁ ବୋମା, ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୪: ପହଲଗାମ ଆକ୍ରମଣ ପରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ମନ୍ତ୍ରୀ ହାନିଫ ଅବ୍ବାସୀ ଭାରତକୁ ପରମାଣୁ ପ୍ରତିଶୋଧର ଖୋଲା ଧମକ ଦେଇଛନ୍ତି, ଚେତାବନୀ ଦେଇଛନ୍ତି...

ଢ଼ାବାରେ ପୋଲିସ ଚଢ଼ାଉ: ଜଣେ ଗିରଫ

ଧର୍ମଗଡ,୨୬।୪(ଘାସିରାମ ଜଗତ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର...

ଏଇ ଭାରତରେ

କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ...

ନିକୃଷ୍ଟ ବିଚାର

ଆମେରିକା କହୁଛି ବାଣିଜ୍ୟରେ ବିଶ୍ୱ ତାହାକୁ ଲୁଟିଛି ଏବଂ କ୍ଷତିପୂରଣ ଚାହେଁ। ଦେଖିବାକୁ ଗଲେ ଏହି ଲୁଣ୍ଠନ ନିଜେ ଆମେରିକା ଦ୍ୱାରା ହୋଇଛି କାରଣ ଏକ...

ଭୁବନେଶ୍ୱର ବିମାନବନ୍ଦରରେ ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ କ୍ରୁଦ୍ଧ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର,୨୭ା୪: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ...

ଭାରତ ସହିତ ବାଣିଜ୍ୟ ବନ୍ଦ କରି ଫସିଲରେ ପାକିସ୍ତାନ: ଔଷଧ ଯୋଗାଣ ପାଇଁ ନେଲା ‘ଜରୁରୀକାଳୀନ’ ପଦକ୍ଷେପ

ଇସଲାମାବାଦ,୨୭ା୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା ପରେ ପାକିସ୍ତାନ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ “ଜରୁରୀକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image