ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କରୋନା। କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଏସ୍ବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଆଉ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଫଳରେ ବିଏମ୍ସି ପକ୍ଷରୁ ଉକ୍ତ କାର୍ଯ୍ୟାଳୟକୁ ପୁଣି ୪ଦିନ ପାଇଁ ଅର୍ଥାତ୍ ଏପ୍ରିଲ ୮ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ସିଲ୍ କରାଯାଇଛି। ପୂର୍ବରୁ ଉକ୍ତ ବ୍ୟାଙ୍କରେ ଏକାଧିକ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଦୁଇ ଦିନ ପାଇଁ ଏହାକୁ ସିଲ୍ କରାଯାଇଥିଲା।