Categories: ଜାତୀୟ

ଆରଟିଆଇ ଅଧିନିୟମ ଅନୁଯାୟୀ ନିର୍ବାଚନୀ ବଣ୍ଡ ବିବରଣୀ ପ୍ରକାଶ କରିବାକୁ ମନା କଲା ଏସବିଆଇ

ନୂଆଦିଲ୍ଲୀ,୧୧।୪: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଆରଟିଆଇ ଅଧିନିୟମ ଅନୁଯାୟୀ ନିର୍ବାଚନ ଆୟୋଗ (ଇସି) କୁ ଦିଆଯାଇଥିବା ନିର୍ବାଚନୀ ବଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଛି। ଯଦିଓ ଏହା ରେକର୍ଡରେ ଅଛି, ଏହା ଏକ ବ୍ୟକ୍ତିଗତ ସୂଚନା କହି କୌଣସି ତଥ୍ୟ ଦେବାକୁ ମନା କରିଛି। ଯେତେବେଳେ କି ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଏହି ତଥ୍ୟ ସର୍ବସାଧାରଣଙ୍କ ପାଇଁ ପ୍ରକାଶ ପାଇ ସାରିଛି।

ନିର୍ବାଚନୀ ବଣ୍ଡ ଯୋଜନା “ଅସାମ୍ବିଧାନିକ ଏବଂ ସ୍ପଷ୍ଟ ଭାବରେ ମନମୁଖୀ” ବୋଲି ସୁପ୍ରିମକୋର୍ଟ ଫେବୃଆରୀ ୧୫ ରେ କହିଥିଲେ। ଏହାପରେ ଏପ୍ରିଲ ୧୨, ୨୦୧୯ ଠାରୁ କିଣାଯାଇଥିବା ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବାକୁ କୋର୍ଟ କହିଥିଲେ।

ମାର୍ଚ୍ଚ ୧୧ ରେ, ସମୟସୀମା ବୃଦ୍ଧି କରିବାକୁ ଚାହୁଁଥିବା ଏସବିଆଇର ଆବେଦନକୁ କୋର୍ଟ ଖାରଜ କରିଥିଲେ ଏବଂ ମାର୍ଚ୍ଚ 12 ରେ ସୁଦ୍ଧା ଆୟୋଗକଙ୍କ ନିକଟରେ ବଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗଙ୍କ ଏସବିଆଇ ଦୁଇଟି ପର୍ଯ୍ୟାୟରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲା।

Share