ଭୁବନେଶ୍ୱର,୧୭।୯: ଟାଇଟନ କମ୍ପାନୀ ଲିମିଟେଡ୍ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ସହଯୋଗରେ ଏକ ଭିନ୍ନ ଧରଣର ଓ୍ବାଚ୍ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା କଣ୍ଟାକ୍ଟଲେସ୍ ପେମେଣ୍ଟ ସୁବିଧା ମିଳିପାରିବ। ୟୁନୋ ଏସ୍ବିଆଇ ଦ୍ୱାରା ‘ଟାଇଟାନ ପେ’କୁ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଯେକୌଣସି ସ୍ଥାନରୁ ବ୍ୟାଙ୍କର ୟୋନ ସୁବିଧା ସହାୟତାରେ କଣ୍ଟାକ୍ଟଲେସ କାରବାର କରିବା ସୁବିଧା ମିଳିବ। ଭାରତ ବଜାରରେ ଏହା ହେଉଛି ପ୍ରଥମ ଓ୍ବାଚ ପଦ୍ଧତି ବ୍ୟବସ୍ଥା। ଏହାଦ୍ୱାରା ଏସ୍ବିଆଇ ଗ୍ରାହକମାନେ ଟାଇଟାନ ପେ ଓ୍ବାଚ୍କୁ କଣ୍ଟାକ୍ଟଲେସ ପେମେଣ୍ଟ ପିଓଏସ୍ ମେଶିନରେ ଟ୍ୟାପ୍ କରି ପେମେଣ୍ଟ କରିବାକୁ ସକ୍ଷମ ହେବେ। ଫଳରେ ଏସ୍ବିଆଇ ବ୍ୟାଙ୍କ କାର୍ଡକୁ ସ୍ବାଇପ୍ କିମ୍ବା ଇନ୍ସର୍ଟ କରିବାକୁ ପଡି ନ ଥାଏ। ନୂଆ ବ୍ୟବସ୍ଥାରେ ପ୍ରାୟ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଉପରେ କୌଣସି ପିନ୍ ଦେବାକୁ ପଡି ନ ଥାଏ। ଏହି ଘଡିରେ ନିଅର ଫିଲ୍ଡ କମ୍ୟୁନିକେଶନ (ଏନ୍ଏଫ୍ସି) ଚିପ୍ ଲାଗିଛି। ଘଡିର ଷ୍ଟ୍ରାପ୍ରେ ଟାପି ଟେକ୍ନୋଲୋଜି ସହ ଏହାକୁ ସଂଯୋଗ କରାଯାଇଛି। ପ୍ରାୟ ୨ ନିୟୁତ କଣ୍ଟାକ୍ଟଲେସ ମାଷ୍ଟରକାର୍ଡ ପିଓସି ମେଶିନରେ ଏହି ସୁବିଧା ବ୍ୟବହାର ହୋଇପାରିବ। ପୁରୁଷଙ୍କ ଲାଗି ୩ଟି ଏବଂ ମହିଳାଙ୍କ ପାଇଁ ୨ଟି ଷ୍ଟାଇଲ ବର୍ଗରେ ଘଡି କମ୍ପାନୀ ବଜାରକୁ ଛାଡିଛି। ଏହି ଓ୍ବାଚ୍ର ଦାମ ଯଥାକ୍ରମେ ୨୯୯୫ ଏବଂ ୫୯୯୫ ଟଙ୍କା ରହିଛି। ଏ ସମ୍ପର୍କରେ ଏସ୍ବିଆଇର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ, ଟାଇଟନର ଏହି ଅତ୍ୟାଧୁନିକ ପଦ୍ଧତି ଏବଂ ଗ୍ରାହକଙ୍କର ସୁରକ୍ଷା ପାଇଁ କଣ୍ଟାକ୍ଟଲେସ ପେମେଣ୍ଟସ ସୁବିଧା ନେଇ ଆମେ ବେଶ୍ ଉସତ୍ାହିତ ଅଛୁ। ଟାଇଟାନ କମ୍ପାନୀ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ସି.କେ. ଭେଙ୍କଟରମଣ କହିଛନ୍ତି, ବର୍ତ୍ତମାନର ସମୟକୁ ନଜରରେ ରଖି ଏସ୍ବିଆଇ ସହ ମିଳିତ ଭାବେ ଏଭଳି ଏକ ଓ୍ବାଚ ଓ ସୁବିଧା ଗ୍ରାହକଙ୍କୁ ଯୋଗାଇଦେବାକୁ ପ୍ରୟାସ ଆରମ୍ଭ କରାଯାଇଛି।