Categories: ଜାତୀୟ

ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ

ନୂଆଦିଲ୍ଲୀ,୨୯।୬: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏଟିଏମ୍‌ କାର୍ଡରେ ମାସକୁ ୪ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଆକାଉଣ୍ଟରୁ ଗଣିବାକୁ ପଡ଼ିବ ଟଙ୍କା। ଏହି ନିୟମ ଜୁଲାଇ ପହିଲାରୁ ପୂରା ଦେଶରେ ଆରମ୍ଭ ହେବ। ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ (ବିଏସ୍‌ବିଡି) ଆକାଉଣ୍ଟଧାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି।

ବିଏସ୍‌ବିଡି ଆକାଉଣ୍ଟ ପାଇଁ ସେବା ଶୁଳ୍କରେ ସଂଶୋଧନ ଅନୁଯାୟୀ, ମାସରେ ୪ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଏସ୍‌ବିଆଇ ୧୫ରୁ ୭୫ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବ। ଏହି ନିୟମ ଚଳିତ ବର୍ଷ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ ବୋଲି ଦେଶର ସର୍ବବୃହତ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ବିଏସ୍‌ବିଡି ଆକାଉଣ୍ଟଧାରୀଙ୍କୁ ବର୍ଷକୁ ଚେକ୍‌ବୁକର ୧୦ ପୃଷ୍ଠା ମାଗଣାରେ ବ୍ୟବହାର କରିପାରିବେ। ଏହାପରେ ଦେୟ ସହ ଜିଏସ୍‌ଟି ଦେବାକୁ ପଡ଼ିବ। ଏଟିଏମ୍‌ ଓ ସିଡିଏମ୍‌ (କ୍ୟାଶ ଡିସପେନ୍ସିଂ ମେସିନ)ରେ ଅଣ ଆର୍ଥିକ ଟ୍ରାନ୍ସଜାକଶନ ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏସ୍‌ବିଆଇ ଏଟିଏମ୍‌ କିମ୍ବା ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ୪ ଥର ମାଗଣାରେ ଟଙ୍କା ଉଠାଇପାରିବେ।

Share