ଅମିତାଭଙ୍କୁ ପ୍ରତି ମାସରେ ଏସ୍‌ବିଆଇ ଦେବ ୧୮.୯ ଲକ୍ଷ ଟଙ୍କା!

ମୁମ୍ବାଇ: ବଲିଉଡ୍ ଶେହେନଶାହା ଅମିତାଭ ବଚ୍ଚନଙ୍କୁ ଏବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍‌ବିଆଇ)ମାସକୁ ପାଖାପାଖି ୧୮.୯ ଲକ୍ଷ ଟଙ୍କା ଦେବ ବୋଲି ଜଣାପଡିଛି । କାରଣ ହେଲା ଦେଶର ବୃହତ୍ତମ ବ୍ୟାଙ୍କ ମୁମ୍ବାଇର ଜୁହୁ ଅଞ୍ଚଳରେ ବିଗ୍ ବିଙ୍କ ମାଲିକାନାରେ ଥିବା ସମ୍ପତ୍ତିର ତଳ ମହଲାକୁ ଲିଜରେ ନେଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ ଏସମ୍ପର୍କରେ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଶେକ ବଚ୍ଚନଙ୍କ ସହ କଥା ହୋଇ ସାରିଛ । ଏହାସହ ବିଗବି ଜାଲସା ନିକଟ ଏକ କୋଠାରେ ଜୁହୁରେ ଥିବା ତାଙ୍କ ପରିବାର ବାସଭବନର ୩,୧୫୦ ବର୍ଗଫୁଟ ଲିଜରେ ଦେବେ । ବଚ୍ଚନଙ୍କର ଜୁହୁରେ ପ୍ରତୀକ, ଜନକ, ଆମ୍ବୁ ଏବଂ ଭାଟ ବଙ୍ଗଳା ରହିଛି । ପ୍ରାୟ ୧୫ ବର୍ଷର ଭଡା ପାଇଁ ବ୍ୟାଙ୍କ ଅମିତାଭଙ୍କୁ ପ୍ରତିବର୍ଷ ୧୮.୯ ଲକ୍ଷ ଟଙ୍କା ପ୍ରତିମାସରେ ଭଡା ଦେବ ବୋଲି ଜଣାପଡିଛି । ପ୍ରତି ୫ ବର୍ଷରେ ଭଡା ୨୫ ପ୍ରତିଶତ ବୃଦ୍ଧି କରାଯିବ । ଏହି ସୂଚନା ରିୟଲ ଇଷ୍ଟେଟ ଆନାଲିଟିକ୍ସ ଓ ରିସର୍ଚ୍ଚ କମ୍ପାନୀର ୱେବ ସାଇଟରେ ଆକ୍ସେସ କରୁଥିବା ଡ଼କ୍ୟୁମେର୍ଟରେ ଦର୍ଶାଯାଇଛି । ପ୍ରଥମ ୫ ବର୍ଷରେ ଏସ୍‌ବିଆଇ ୧୮.୯ ଲକ୍ଷ ଟଙ୍କା ଦେଉଥିବା ବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ଭଡା ୨୩.୬୨ ଲକ୍ଷ ଓ ଆଗାମୀ ଆଉ ୫ ବର୍ଷରେ ଏହା ୨୯.୫୩ ଲକ୍ଷକୁ ବୃଦ୍ଧି ପାଇବ ବୋଲି ରିପୋର୍ଟରୁ ଜଣାପଡିଛି ।

Share