Categories: ବାଣିଜ୍ୟ

୩୦ ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବ ଏସ୍‌ବିଆଇ

ନୂଆଦିଲ୍ଲୀ,୭।୯ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏହାର ପ୍ରାୟ ୩୦,୧୯୦ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌)ରେ ଅବସର ଦେବାକୁ ଯୋଜନା କରୁଛି। ଦେଶର ସବୁଠାରୁ ବଡ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବର୍ତ୍ତମାନ ୨.୪୯ ଲକ୍ଷ କର୍ମଚାରୀ କାମ କରୁଛନ୍ତି। ଏହା ଗୋଟିଏ ବର୍ଷ ତଳେ ୨.୫୭ ଲକ୍ଷ ରହିଥିଲା। ବ୍ୟାଙ୍କର ଖର୍ଚ୍ଚ କାଟ ଯୋଜନା ଅନ୍ତର୍ଗତ ଏଭଳି ଯୋଜନା ହାତକୁ ନିଆଯାଉଥିବା ଶୁଣାଯାଉଛି। ଯୋଜନାର ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇ ସାରିଛି। ଏହା ବୋର୍ଡର ମଞ୍ଜୁରୀ ଅପେକ୍ଷାରେ ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବ୍ୟାଙ୍କର ସମସ୍ତ ସ୍ଥାୟୀ କର୍ମଚାରୀ ଏବଂ ଅଧିକାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଅଧିକାରୀମାନେ ଅନ୍ତତଃ ପକ୍ଷେ ୨୫ ବର୍ଷ ଚାକିରି କରିଥିବେ ଏବଂ କଟ୍‌ ଅଫ୍‌ ତାରିଖ ଅନୁଯାୟୀ ସେମାନଙ୍କୁ ୫୫ ବର୍ଷ ହୋଇଥିବା ଆବଶ୍ୟକ ବୋଲି ପ୍ରାରମ୍ଭିକ ସୂଚନାରୁ ଏହା ଜଣାପଡିଛି।

Share