ନୂଆଦିଲ୍ଲୀ,୨୧।୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍ବିଆଇ) ପକ୍ଷରୁ ୮୨୦କୋଟି ଟଙ୍କାର ଋଣ ବକେୟାର ଭରଣା ପାଇଁ ୧୨ଟି ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (ଏନ୍ପିଏ) ଆକାଉଣ୍ଟ ବିକ୍ରି କରାଯିବ। ବ୍ୟାଙ୍କ୍ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଏହି ଏନ୍ପିଏ ଆକାଉଣ୍ଟଗୁଡ଼ିକୁ ସମ୍ପତ୍ତି ପୁନର୍ଗଠନ କମ୍ପାନୀ(ଏଆର୍ସି), ବ୍ୟାଙ୍କ୍, ନନ୍ବ୍ୟାକିଂ ଫାଇନାନ୍ସିଆଲ୍ କମ୍ପାନୀ(ଏନ୍ବିଏଫ୍ସି), ବିତ୍ତୀୟ ଅନୁଷ୍ଠାନଗୁଡ଼ିକୁ ବିକ୍ରି କରିବ। ଅଫିସିଆଲ୍ ଓ୍ବେବ୍ସାଇଟ୍ରେ ଦିଆଯାଇଥିବା ନୋଟିସ୍ ଅନୁସାରେ ଏସ୍ବିଆଇ ଚଳିତ ବର୍ଷ ଏପ୍ରିଲ୍ ୧୩ସୁଦ୍ଧା ମୋଟ୍ ୧୨ଟି ଯାକ ଏନ୍ପିଏ ବିକ୍ରି ପାଇଁ ଲକ୍ଷ୍ୟ ରଖିଛି। ବିକ୍ରି ହେବାକୁ ଥିବା ଏନ୍ପିଏ ଆକାଉଣ୍ଟ ମଧ୍ୟରୁ ଉର୍ଜା ଏବଂ ମେଟାଲ୍ସ ଲିମିଟେଡ୍ର ସର୍ବାଧିକ ୩୯୬.୭୪ କୋଟି ଟଙ୍କାର ଏନ୍ପିଏ ଆକାଉଣ୍ଟ ରହିଛି।