ଭୁବନେଶ୍ୱର,୧୪।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଏହି ମହୋତ୍ସବ ଅନ୍ତର୍ଗତ ହର୍ ଘର୍ ତିରଙ୍ଗା ଅଭିଯାନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ଭୁବନେଶ୍ବର ମଣ୍ଡଳ ମଧ୍ୟ ସାମିଲ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ବ୍ୟାଙ୍କ ପକ୍ଷରୁ ଜାତୀୟ ପତାକା ବଣ୍ଟନ ସହ ପ୍ରଭାତ ଫେରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶର୍ମାଙ୍କ ନେତୃତ୍ୱରେ ସକାଳ ୬ ଟା ୪୫ରେ ବ୍ୟାଙ୍କର ପ୍ରଧାନ କାର୍ଯ୍ୟାଳୟରୁ ଉକ୍ତ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସ୍ବିଆଇର ମହାପ୍ରବନ୍ଧକ ଉତ୍ତମ କୁମାର ହାଜରା ଚୌଧୁରୀ, ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂ ଏବଂ ଅନ୍ୟ ବରିଷ୍ଠ ମହାପ୍ରବନ୍ଧକମାନଙ୍କ ସହ ୩୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ଉକ୍ତ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ସେହିଭଳି ବ୍ୟାଙ୍କ ପକ୍ଷରୁ ୧୨ଦିନିଆ ଗ୍ରାହକ ସମ୍ପର୍କ ଅଭିଯାନ ସହ ଜାତୀୟ ପତାକା ବଣ୍ଟନ କାର୍ଯ୍ୟକ୍ରମ ରହିଛି। ପତାକାଗୁଡିକୁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅନ୍ତର୍ଗତ ଏସ୍ଏଚ୍ଜିଙ୍କଠାରୁ କ୍ରୟ କରାଯାଇଛି।