ଏସ୍‌ବିଆଇର ନୂତନ ଉତ୍ପାଦ ସମ୍ଭାର

ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଉତ୍ପାଦ ସମ୍ଭାର (ଏମ୍‌ଟିଏସ୍‌ କାର୍ଡ ଏମ୍‌ଟିଏସ୍‌ କାର୍ଡ, ୱାନ୍‌ଭିଉ ମୋବାଇଲ୍‌ ଆପ୍ଲିକେଶନ୍‌ ଓ ନୂତନ ଡିଜାଇନ୍‌ ଏସବିଆଇ ଫାଷ୍ଟଟ୍ୟାଗ୍‌)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସାରା ଭାରତରେ ଗମନାଗମନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବ୍ୟାଙ୍କ ପକ୍ଷରୁ ଏଭଳି ଏକ ଅଭିନବ ସମାଧାନ ପ୍ରଦାନ କରାଯାଇଛି। ଭାରତର ପ୍ରଥମ ଏମ୍‌ଟିଏସ୍‌ କାର୍ଡ ଭାବେ ଏମ୍‌ଟିଏସ୍‌ ରୁପେ ଏନସିଏମସି ପ୍ରିପେଡ୍‌ କାର୍ଡକୁ ଏନ୍‌ସିଏମ୍‌ସିର ପରିବହନ ପ୍ରକଳ୍ପଗୁଡ଼ିକରେ ଯାତାୟାତ ପାଇଁ ନିରବଚ୍ଛିନ୍ନ ଅଫଲାଇନ୍‌ ପେମେଣ୍ଟ୍‌ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହି ପ୍ରିପେଡ୍‌ କାର୍ଡକୁ ଏନ୍‌ସିଏମ୍‌ସିର ମେଟ୍ରୋ ରେଳ, ବସ୍‌, ଫେରି, ଟୋଲ ଓ ପାର୍କିଂରେ ବ୍ୟବହାର କରାଯାଇପାରିବ। ଅନ୍ୟ ଏକ ସମାଧାନ ଭାବେ ୱାନ୍‌ଭିଉ ମୋବାଇଲ୍‌ ଆପ୍ଲିକେଶନ ଯାହାକୁ ଏସବିଆଇର ଏନ୍‌ସିଏମ୍‌ସି ପ୍ରିପେଡ୍‌ କାର୍ଡ ପରିଚାଳନା ପାଇଁ ଲାଗି ପ୍ରସ୍ତୁତ କରାଯାଇଛି, ଏହା ଜରିଆରେ ଗ୍ରାହକମାନେ ଗୋଟିଏ ପ୍ଲାଟଫର୍ମରେ ନିଜ କାର୍ଡ ଉପରେ ନଜର ରଖିବା ସହ ତାହାକୁ ପରିଚାଳନା ମଧ୍ୟ କରିପାରିବେ। ସେହିପରି ଅନ୍ୟ ଏକ ସମାଧାନ ଭାବେ ଏସବିଆଇ ଫାଷ୍ଟଟ୍ୟାଗ୍‌ ପାଇଁ ଉନ୍ନତ ଡିଜାଇନ୍‌, ଯେଉଁଥିରେ ଗାଡ଼ି ପରିଚୟ ଓ ଟୋଲ୍‌ ସଂଗ୍ରହ ଦକ୍ଷତାରେ ଉନ୍ନତି ଅଣାଯାଇଛି। ଏହା ସାରା ଦେଶରେ ପରିବହନ ସମୟ କମ୍‌ କରିବାରେ ସହାୟକ ହେବ। ଏ ସମ୍ପର୍କରେ ଏସବିଆଇର ଚେୟାରମ୍ୟାନ (ଅଧ୍ୟକ୍ଷ) ଚାଲା ଶ୍ରୀନିବାସୁଲୁ ସେଟ୍ଟି କହିଛନ୍ତି, ଆମେ ଆମର ନୂତନ ଉତ୍ପାଦ ସମ୍ଭାରକୁ ଉନ୍ମୋଚନ(ଶୁଭାରମ୍ଭ) କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଦେଶର ପ୍ରଥମ ଏମ୍‌ଟିଏସ୍‌ କାର୍ଡ, ୱାନ୍‌ଭିଉ ମୋବାଇଲ୍‌ ଆପ୍ଲିକେଶନ୍‌ ଓ ନୂତନ ଡିଜାଇନ୍‌ ଏସବିଆଇ ଫାଷ୍ଟଟ୍ୟାଗ୍‌ର ଶୁଭାରମ୍ଭ ଡିଜିଟାଲ୍‌ ସମାଧାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏସବିଆଇର ନେତୃତ୍ୱ ଓ ସାର୍ବଜନୀନ ପରିବହନରେ ଉନ୍ନତି ଆଣିବା ପାଇଁ ଆମ ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। ଏହି ନବସୃଜନଗୁଡ଼ିକୁ ଉପସ୍ଥାପନ କରି ଆମେ ଗର୍ବିତ, ଯାହା ଆମ ଗ୍ରାହକମାନଙ୍କ ପାଇଁ ସୁବିଧା, ନିରାପତ୍ତା ଓ ଦକ୍ଷତାରେ ଉନ୍ନତି ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri