Categories: ବାଣିଜ୍ୟ

ହାଉସିଂ ଫାଇନାନ୍ସ କମ୍ପାନୀ ସହ ଏସ୍‌ବିଆଇର ସହଭାଗିତା

ମୁମ୍ବାଇ,୨୭।୩: ଗୃହଋଣ ପହଞ୍ଚୁ ନ ଥିବା କିମ୍ବା ଅଭାବ ରହୁଥିବା କ୍ଷେତ୍ର ପାଇଁ ଆବଶ୍ୟକ ଗୃହଋଣ ମଞ୍ଜୁର କରିବା ନିମନ୍ତେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ୫ଟି ହାଉସିଂ ଫାଇନାନ୍ସ କମ୍ପାନୀ ମଧ୍ୟରେ ସହଭାଗିତା ସ୍ଥାପନ କରାଯାଇଛି। ଏସ୍‌ବିଆଇ ସହ ସହଭାଗିତା ସ୍ଥାପନ କରିଥିବା ସଂସ୍ଥାଗୁଡ଼ିକ ହେଉଛନ୍ତି ପିଏନ୍‌ବି ହାଉସିଂ ଫାଇନାନ୍ସ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ ହୋମ୍‌ ଫାଇନାନ୍ସ ଲିମିଟେଡ୍‌, ଶ୍ରୀରାମ ହାଉସିଂ ଫାଇନାନ୍ସ ଲିମିଟେଡ୍‌, ଏଡେଲ୍‌ୱିସ୍‌ ହାଉସିଂ ଫାଇନାନ୍ସ ଲିମିଟେଡ୍‌ ଓ କାପ୍ରି ଗ୍ଲୋବାଲ ହାଉସିଂ ଫାଇନାନ୍ସ ଲିମିଟେଡ୍‌ ପ୍ରମୁଖ। ନିକଟରେ ମୁମ୍ବାଇଠାରେ ଏହି ରାଜିନାମା ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ଉପରୋକ୍ତ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକର ମୁଖ୍ୟମାନଙ୍କୁ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା ଚୁକ୍ତିନାମା ହସ୍ତାନ୍ତର କରିଥିଲେ। ଏହି ଅବସରରେ ଚେଲ୍ଲା ଶ୍ରୀନିଭାସୁଲୁ ସେଠୀ ପରିଚାଳନା ନିର୍ଦ୍ଦେଶକ, ଏସ୍‌ବିଆଇ, ସଲୋନି ନାରାୟଣ ଉପ ପରିଚାଳନା ନିର୍ଦ୍ଦେଶକ (ଆର୍‌ବି), ଏସ୍‌ବିଆଇ ଓ ମହେଶ ଗୋଏଲ, ସିଜିଏମ୍‌ (ଆର୍‌ଇ), ଏସ୍‌ବିଆଇ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଖାରା କହିଛନ୍ତି, ମିଳିତ ଭାବେ ଋଣ ପ୍ରଦାନ କରିବା କାର୍ଯ୍ୟକ୍ରମ ପାଇଁ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ସହିତ ହାତ ମିଳାଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।

Share