Categories: ବାଣିଜ୍ୟ

ଏସ୍‌ବିଆଇର ଆର୍‌ବିଓ-୪ ଉଦ୍‌ଘାଟିତ

ଭୁବନେଶ୍ୱର,୪।୧ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ୱର ମଣ୍ଡଳ ଅନ୍ତର୍ଗତ ଖୋର୍ଦ୍ଧା ରିଓଜିନାଲ ବିଜ୍‌ନେସ୍‌ ଅଫିସ-୪ (ଆର୍‌ବିଓ-୪) ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ବିଆଇ ଭୁବନେଶ୍ୱର ମଣ୍ଡଳର ନେଟ୍‌ୱର୍କ-୧ ମହାପ୍ରବନ୍ଧକ ପୋନ୍ନମବଲମ ମୁରୁଗାନ, ଏସ୍‌ବିଆଇ ଭୁବନେଶ୍ବର ଅଞ୍ଚଳର ଉପମହାପ୍ରବନ୍ଧକ ସଞ୍ଜୟ କୁମାର ଝା ଏବଂ କ୍ଷେତ୍ରୀୟ ପ୍ରବନ୍ଧକ ନରେନ୍ଦ୍ର କୁମାର ଜେନାଙ୍କ ସମେତ ସେବା, ଷ୍ଟେଟ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଗଠନର ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଷ୍ଟେଟ ବ୍ୟାଙ୍କର କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟ ଖୋର୍ଦ୍ଧା ଜେମାଦେଇସ୍ଥିତ ମା’ ବରୁଣେଇ ହୋଟେଲର ପ୍ରଥମ ମହଲାକୁ ସ୍ଥାନାନ୍ତରିତ ହୋଇଯାଇଛି।

Share