ମୁମ୍ବାଇ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ଏହାର ଦ୍ୱିତୀୟ ତ୍ରୈମାସ ଫଳାଫଳ ବୁଧବାର ଘୋଷଣା କରାଯାଇଛି। ବ୍ୟାଙ୍କର ଲାଭ ଏହି ଅବଧିରେ ୫୨% ବଢ଼ି ୪୫୭୪.୧୬ କୋଟି ଟଙ୍କା ଛୁଇଁଛି। ଗତ ଆର୍ଥତ୍କ ବର୍ଷ ଏହି ସମୟରେ ବ୍ୟାଙ୍କର ନିଟ୍ ଲାଭ ୩୦୧୧.୭କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥତ୍କ ଦ୍ୱିତୀୟ ତ୍ରୈମାସିକ ଭିତ୍ତିରେ ଲାଭ ୯% ବଢ଼ିଥିବା ଜଣାପଡିଛି। ବ୍ୟାଙ୍କର ପରିଚାଳନାଗତ ଲାଭ ୧୨% ବଢି ୧୬,୪୬୦ କୋଟି ଟଙ୍କା ରହିଛି। ନେଟ୍ ସୁଧ ଜନିତ ଆୟ ୨୮,୧୮୨ କୋଟି ଟଙ୍କା ଥିବା ବେଳେ ମୋଟ ଅନାଦାୟ ଋଣ ପରିମାଣ ୧.୨୫ ଲକ୍ଷ କୋଟି ଟଙ୍କା ସ୍ତରରେ ରହିଛି। ଏହା ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ୧.୨୯ ଲକ୍ଷ କୋଟି ଟଙ୍କା ସ୍ତରରେ ରହିଥିଲା। ନେଟ୍ ଏନ୍ପିଏ ୩୬,୪୫୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୮.୨୧ ଲକ୍ଷ କୋଟି ଟଙ୍କାର ଋଣ ଉପରେ ଏହା ମୋରାଟୋରିୟମ ସୁବିଧା ଦେଇଛି।