Categories: ବାଣିଜ୍ୟ

ଏସ୍‌ବିଆଇର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର,୫।୧୦: ଭାରତ ସରକାରଙ୍କ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ ଦ୍ୱାରା ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ପରିସରରେ ଏକ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦର ଶେଖର ଶର୍ମା ମହାପ୍ରବନ୍ଧକ ପି.ମୁରୁଗନ ଓ ଉତ୍ତମ କୁମାର ହାଜରା ଚୌଧୁରୀ, ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂଙ୍କ ସମେତ ୧୦୦ରୁ ଅଧିକ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ମୁଖ୍ୟ ମହାପ୍ରବନ୍ଧକ ଶର୍ମା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ସମସ୍ତେ ନିଜ କର୍ମକ୍ଷେତ୍ର ଓ ଜୀବନରେ ଗାନ୍ଧୀଙ୍କ ଆଦର୍ଶ ତଥା ବାହ୍ୟ ଓ ଅନ୍ତଃ ସ୍ବଚ୍ଛତା ମୂଲ୍ୟବୋଧକୁ ବଜାୟ ରଖିବାପାଇଁ ଆହ୍ବାନ ଦେଇଥିଲେ। ଅପରାହ୍ନରେ ପୁରୀ ଦିଗବାରେଣି ନିକଟସ୍ଥ ବେଳାଭୂମିଠାରେ ସ୍ବଚ୍ଛତା ବାବଦରେ ଏକ ସଚେତନତା କାର୍ଯ୍ୟକ୍ରମ ମୁଖ୍ୟ ମହାପ୍ରବନ୍ଧକ ଶର୍ମାଙ୍କ ନେତ୍ୱତୃରେ ଆୟୋଜିତ ହୋଇଥିଲା।

ଏଥିରେ ବହୁ ଉଚ୍ଚପଦସ୍ଥ ବ୍ୟାଙ୍କ ଅଧିକାରୀଙ୍କ ଗହଣରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ବେଳାଭୂମିର ଅନ୍ତତଃ ଅଧକିଲୋମିଟର ପରିଧିରେ ସଫେଇ ଓ ସଚେତନତା ରାଲି ଆୟୋଜନ କରିଥିଲେ। ମୁଖ୍ୟ ମହାପ୍ରବନ୍ଧକ ଶର୍ମା ସଫେଇକୁ ଏକ ଔପଚାରିକତା ନ କରି ଦୈନନ୍ଦିନ ଜୀବନଚର୍ଯ୍ୟାର ଅଂଶ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଆହ୍ବାନ ଦେଇଥିଲେ।

Share